ଜଳୁଛି ପଶ୍ଚିମ ଓଡ଼ିଶା
ମଙ୍ଗଳବାର ଉପକୂଳବର୍ତୀ ଅଂଚଳରେ ପ୍ରବଳ ଗରମ ଅନୁଭୂତ ହୋଇଥିବାବେଳେ ପଶ୍ଚିମ ଓଡ଼ିଶା ପ୍ରଚଣ୍ଡ ରୌଦ୍ରତାପରେ ଏବେ ଜଳୁଛି । ବିଶେଷ କରି ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ହିଟ୍ ୱେଭ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ମଧ୍ୟ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି । ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆଗାମୀ ୪ ଦିନ ପର୍ଯ୍ୟନ୍ତ ଉପକୂଳବର୍ତୀ ଜିଲ୍ଲାରେ ଏଭଳି ଗରମ ଓ ଗୁଳଗୁଳି ଅନୁଭୂତ ହେବ ବୋଲି ସତର୍କ କରାଯାଇଛି ।