ମେ’ରୁ ମହଙ୍ଗା ହୋଇପାରେ ଏଲପିଜି ସିଲିଣ୍ଡର
ପଶ୍ଚିମ ଏସିଆ ବିବାଦ ଏବେ ବି ମେଂଟିଲା ନାହିଁ । ଯାହାଦ୍ୱାରା ଦେଶବାସୀ ଗ୍ୟାସ, ପେଟ୍ରୋଲ ଇତ୍ୟାଦି ନେଇ ଚିନ୍ତାରେ ରହିଛନ୍ତି ।
ଆଲୋଚିତ ହୁଏ ଯେ ମେ ମାସରେ ପୁଣି ଏଲପିଜି ବୁକିଂ ଏବଂ ବିତରଣ ନିୟମରେ ଆହୁରି ପରିବର୍ତନ ଆସିପାରେ ।
ସଂପ୍ରତି ଯେଉଁ ନିୟମ ଜାରି ରହିଛି, ତାହାକୁ ଆହୁରି ସ୍ୱଚ୍ଛ ଓ ଜଟିଳ କରାଯିବାର ଆଶଙ୍କା ରହିଛି । ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠୁ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦ଟଙ୍କା ବୃଦ୍ଧି କରିଛନ୍ତି । ମାତ୍ର ଗୋଟିଏ ମାସରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ତିନିଥର ବୃଦ୍ଧି ପାଇଛି ।
ରିପୋର୍ଟ ଅନୁଯାୟୀ ମେ ପହିଲାରୁ ଏଲପିଜି ସିଲିଣ୍ଡର ମୂଲ୍ୟରେ ଆଉ ଏକ ପରିବର୍ତନର ଆଶଙ୍କା ରହିଛି ।
ରିପୋର୍ଟ ଅନୁସାରେ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ମଧ୍ୟ ନୂତନ ଡେଲିଭରି ଏବଂ ବୁକିଂ ନିୟମକୁ ନେଇ କିଛି ନୂଆ ନିୟମ ଆଣିପାରେ ।
ଓଟିପି ଜରିଆରେ ଗ୍ୟାସ ସିଲିଣ୍ଡର ଡେଲିଭରି ସ୍ଥାୟୀ ହୋଇପାରେ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପୂର୍ବରୁ ବୁକିଂ ନିୟମକୁ କଡ଼ାକଡ଼ି କରିସାରିଛି । ସହରାଂଚଳରେ ଦୁଇଟି ବୁକିଂ ମଧ୍ୟରେ ସମୟ ୨୧ରୁ ୨୫ଦିନକୁ ବୃଦ୍ଧି କରିଛି ।
ସେହିପରି ଗ୍ରାମାଂଚଳରେ ଏହା ୪୫ଦିନ ରହିଛି । ବର୍ତମାନର ଓଟିପି ଆଧାରିତ ଡେଲିଭରି ପ୍ରମାଣୀକରଣ ବ୍ୟବସ୍ଥା ବର୍ତମାନ ସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।