ବାଙ୍କୀ ଏନଏସିରେ ଚୂଡ଼ାନ୍ତ ସମୀକ୍ଷା ବୈଠକ
ବାଙ୍କୀ ଏନଏସିରେ ବର୍ଷାଜଳ ନିଷ୍କାସନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତି୍ରପାଠୀଙ୍କ ଦ୍ୱାରା ଆହୂତ ଏହି ସମୀକ୍ଷା ବୈଠକରେ ବାଙ୍କୀ ଏନଏସି ଅଧ୍ୟକ୍ଷାଙ୍କ ସହିତ ଉପଜିଲ୍ଲାପାଳ ଓ ସବୁ ବିଭାଗର ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।
ବର୍ଷା ଦିନେ ସହରରେ ଯେଭଳି ପାଣି ଜମା ନ ହେବ ତାହା ଉପରେ ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା ।