୩୦ ହଜାରରେ ବିକ୍ରି ହେଉଛି ବୁଲା କୁକୁରଙ୍କ ରକ୍ତ
ତେଲେଙ୍ଗାନାର ଶାଇକପେଟ ଅଂଚଳର ଏକ ପୋଷ୍ୟ ପ୍ରାଣୀ ଯତ୍ନ କେନ୍ଦ୍ର ସହ ଜଡ଼ିତ ପ୍ରାଣୀ ଚିକିତ୍ସକ ଡାକ୍ତର ଭେଙ୍କଟ ଯାଦବ ବେଆଇନ ଭାବେ ବୁଲା କୁକୁରଙ୍କୁ ଧରି ବାଣିଜ୍ୟିକ ଭାବେ ବ୍ୟବହାର ନିମନ୍ତେ ସେମାନଙ୍କ ରକ୍ତ ବାହାର କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ସହରର ବିଭିନ୍ନ ଅଂଚଳରୁ ବୁଲା କୁକୁରଙ୍କୁ ଧରି ଖାଇବାକୁ ନ ଦେଇ ସେମାନଙ୍କଠାରୁ ରକ୍ତ ବାହାର କରାଯାଉଛି ।
ପୋଷ୍ୟ ପ୍ରାଣୀ ରଖିଥିବା ମାଲିକଙ୍କୁ ଏହି ରକ୍ତ ୩୫୦ ମିଲିଲିଟର ପିଛା ଚଢ଼ା ଦରରେ ୧୮ହଜାରରୁ ୨୫ହଜାର ଅଥବା କେତେକ ସ୍ଥଳେ ୩୦ହଜାର ଟଙ୍କାରେ ବିକ୍ରି କରାଯାଉଛି ।
ପ୍ରାଣୀ ନିଷ୍ଠୁରତା ନିବାରଣ ଅଧିନିୟମ ୧୯୬୦ ଏଭଳି କାର୍ଯ୍ୟ ଦଣ୍ଡନୀୟ ।
ଅଭିଯୁକ୍ତ ଡାକ୍ତର ବୁଲା କୁକୁରଙ୍କୁ ଜୀବନ୍ତ ରକ୍ତ ଭଣ୍ଡାର ଭାବେ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ହୋଇଛି ।