ଓଡ଼ିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ
ଆସନ୍ତା କାଲି ମେ’ ୨ ତାରିଖ ଅପରାହ୍ଣରେ ମାଟ୍ରିକ ରେଜଲ୍ଟ ପ୍ରକାଶ
ଆସନ୍ତା କାଲି ମେ’ ୨ ତାରିଖ ଅପରାହ୍ଣରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ତେବେ ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ ବୋଲି ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି । ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଏହି ସାର୍ଟିଫିକେଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ www.bseodisha.ac.inରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଏଥିସହ ଆସନ୍ତା କାଲି ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ରାଜ୍ୟରେ ଚଳିତ ବର୍ଷ ପ୍ରାୟ ସାଢ଼େ ୫ ଲକ୍ଷ ପରୀକ୍ଷାର୍ଥୀ ମାଟି୍ରକ ପରୀକ୍ଷା ଦେଇଛନ୍ତି । ଏଥିସହ ଆସନ୍ତା ମେ’ ତୃତୀୟ ସପ୍ତାହରେ ବାହାରିବ +୨ ରେଜଲ୍ଟ । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ର ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।