ପୱନ ଖେଡ଼ାଙ୍କୁ ଆଗୁଆ ଜାମିନ
ପାସପୋର୍ଟ ବିବାଦ ମାମଲାରେ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବାକୁ ଶ୍ରୀ ଖେଡ଼ାଙ୍କୁ ନିର୍ଦେଶ ଦେଇଛନ୍ତି । ଏପରିକି ପୁଲିସ ଡାକିଲେ ଶ୍ରୀ ଖେଡ଼ା ଥାନାରେ ହାଜର ହେବେ ।
ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିନିକ ଭୂୟାଁ ଶର୍ମାଙ୍କ ବିରୋଧରେ କଥିତ ଅପମାନଜକ ଏବଂ ମିଥ୍ୟା ବୟାନ ଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କ ପତ୍ନୀ ରିନିକଙ୍କ ଏକାଧିକ ପାସପୋର୍ଟ ଓ ବିଦେଶରେ ସମ୍ପତି ଥିବା ମଧ୍ୟ ପୱନ କହିଥିଲେ ।
ଏଥିପୂର୍ବରୁ ତାଙ୍କର ଆଗୁଆ ଜାମିନ ଆବେଦନକୁ ନିମ୍ନ ଅଦାଲତ ଓ ଗୌହାଟୀ ହାଇକୋର୍ଟ ଖାରଜ କରିଦେଇଥିଲେ ।
ତେଣୁ ସେ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।