ପଶ୍ଚିମବଙ୍ଗ ରିପୋଲିଂରେ ବମ୍ପର ଭୋଟିଂ
ମାଗ୍ରାହାଟ ଓ ଡାଇମଣ୍ଡ ହାର୍ବରର ୧୫ ବୁଥରେ ସାନି ମତଦାନ
ପଶ୍ଚିମବଙ୍ଗରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଭୋଟିଂ ହାର ୯୦ ପ୍ରତିଶତରୁ ଅଧିକ ରହିଛି ।
ଆଜି ରବିବାର ପଶ୍ଚିମବଙ୍ଗର ମାଗ୍ରାହାଟ ଓ ଡାଇମଣ୍ଡ ହାର୍ବରରେ କରାଯାଇଥିବା ରିପୋଲିଂରେ ୯୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏଠାରେ ଥିବା ୧୫ଟି ବୁଥରେ ପୁଣି ମତଦାନ ହୋଇଥିଲା ।
ବର୍ଷା ସତ୍ୱେ ଲୋକେ ହାତରେ ଛତା ଧରି ଭୋଟ ଦେବାକୁ ଯାଉଥିବା ଦେଖିବାକୁ ମିଳିଛି ।
ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଏଠାରେ ୯୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ।
ଆସନ୍ତା ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷିତ ହେବ ।