ମେ’ ଦ୍ୱିତୀୟ ସପ୍ତାହରେ ବାତ୍ୟା ଆଶଙ୍କା!
ମେ’ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି ।
ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ)ର ଆକଳ ଅନୁଯାୟୀ ମେ ମଙ୍କସର ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗ ମଡେଲ ଅନୁଯାୟୀ ମେ’ ୧୧ରୁ ୧୫ତାରିଖ ମଧ୍ୟରେ ଦକ୍ଷିଣ -ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।
ପରବର୍ତୀ ସମୟରେ ଏହା ଧୀରେ ଧୀରେ ଘନିଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଆଗାମୀ ଦିନରେ ଏହି ସିଷ୍ଟମ ଆହୁରି ସକ୍ରିୟ ହୋଇ ସାମୁଦ୍ରିକ ବାତ୍ୟା ବା ସାଇକ୍ଲୋନ ରୂପ ନେଇପାରେ ବୋଲି ମଡେଲ ସୂଚାଇଛି । ବାୟୁମଣ୍ଡଳରେ ବର୍ତମାନ ଯେଉଁଭଳି ଅସ୍ଥିରତା ଦେଖାଦେଉଛି, ତାହା ଏକ ଶକ୍ତିଶାଳୀ ସିଷ୍ଟମ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ତିଆରି କରୁଛି ।
ଏହି ପାଣିପାଗ ସିଷ୍ଟମର ଗତିବିଧି କିମ୍ବା ବାତ୍ୟା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଭାବେ ପୂର୍ବାନୁମାନ କିମ୍ବା ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ପାଣିପାଗ ବିଶେଷଜ୍ଞଙ୍କ ମତରେ ଦୀର୍ଘମିଆଦୀ ମଡେଲଗୁଡ଼ିକରେ ବାରମ୍ବାର ପରିବର୍ତନ ଦେଖାଯାଏ ।
ତେଣୁ ଆଗାମୀ ଦିନରେ ଏହି ସିଷ୍ଟମର ପ୍ରକୃତ ଗତିପଥ ଏବଂ ପ୍ରଭାବ ବିଷୟରେ ଅଧିକ ସ୍ପଷ୍ଟ ମିତ୍ର ମିଳିପାରିବ ।
ବିଭିନ୍ନ ବିଶ୍ୱ ପାଣିପାଗ ମଡେଲ ଦର୍ଶାଉଛି ଯେ ମେ ୧୦ରୁ ୧୫ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।