ହାରିଗଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ
ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି ।
ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼କଥା ଓ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ କେ ଷ୍ଟାଲିନଙ୍କୁ କୋଲାଥୁର ଆସନରେ ହାରିବାକୁ ହୋଇଛି ।
ସେ ସାଧାରଣ ଜନତାଙ୍କ ହୃଦୟ ଜିତିପାରି ନାହାଁନ୍ତି । ଏଠାକାର ଜନତା ଥାଲାପତି ବିଜୟଙ୍କୁ ଭରସା କରିଛନ୍ତି । ଏହି ଆସନ ଷ୍ଟାଲିନଙ୍କର ଶକ୍ତିଶାଳୀ ଗଡ଼ ଭାବେ ପରିଚିତ । ସେ ଏହି ଆସନରୁ କ୍ରମାଗତ ୨୦୨୧, ୨୦୧୬ ଓ ୨୦୧୧ ମସିହାରେ ବିଜୟୀ ହୋଇଥିଲେ ।
ଏଥର ଥାଲାପତି ବିଜୟଙ୍କ ଦଳ ଟିଭିକେର ପ୍ରାର୍ଥୀ ଏବଂ ତାଙ୍କର ପୁରୁଣା ସହଯୋଗୀ ଭିଏସ ବାବୁ ତାଙ୍କୁ ହରାଇ ଦେଇଛନ୍ତି ।
ଭିଏସ ବାବୁ ପୂର୍ବରୁ ଡିଏମକେ ସହିତ ଜଡ଼ିତ ଥିଲେ । ୨୦୧୧ରେ କୋଲାଥୁର ଆସନ ପାଇଁ ଷ୍ଟାଲିନଙ୍କ ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ ।
ପରେ ସେ ଦଳ ଛାଡ଼ି ଏଆଇଏଡିଏମକେରେ ଯୋଗ ଦେଇଥିଲେ । ପରେ ଫେବୃୟାରୀ ୭ ତାରିଖରେ ଯୋଗ ଦେଇଥିଲେ । ଯେଉଁ ସେ ପ୍ରତିଦ୍ୱ୍ଦ୍ୱିତା କରିଥିଲେ ।