ସାଉଥକୋଷ୍ଟ ରେଲୱେ ପ୍ରସଙ୍ଗ ଓଡ଼ିଶାର କ୍ଷତି ହେବନି
ରାଜ୍ୟର କୌଣସି ଅଂଚଳ ଆନ୍ଧ୍ର ଅଧୀନକୁ ଯାଉନି : ଇଷ୍ଟକୋଷ୍ଟ ରେଲୱେ
ସାଉଥକୋଷ୍ଟ ରେଲୱେ ପ୍ରସଙ୍ଗରେ ମୁହଁ ଖୋଲିଛି ଇଷ୍ଟକୋଷ୍ଟ ରେଲୱେ । ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ ଏନେଇ କହିଛନ୍ତି ଯେ ଏହି ପ୍ରୋଜେକ୍ଟ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବନି ।
କାରଣ କୋରାପୁଟ-ସିଂଗାପୁର ରୋଡ, କୋଟାଭଲାସା-କିରାଣ୍ଡଉଲୁ ଏବଂ କୁନେରୁ-ଥେରୁବାଲି, ଗୁଣୁପୁର-ପାରଳାଖେମୁଣ୍ଡି ରାୟଗଡ଼ା ଡିଭିଜନରେ ରହିବ ।
ଏଥିସହ ୱାଲଟିୟର ଡିଭିଜନର ୬୯୬ କି.ମି. ରୁଟ ମଧ୍ୟ ରାୟଗଡ଼ା ଡିଭିଜନ ଅଧୀନରେ ରହିବ । ଓଡ଼ିଶାର କୌଣସି ଅଂଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଯାଉନାହିଁ ।
ଏଣୁ ସାଉଥକୋଷ୍ଟ ରେଲୱେ ଯୋଗୁଁ ଓଡ଼ିଶାର କିଛି ହରାଇବାର ନାହିଁ ବୋଲି ସ୍ପଷ୍ଟ କରିବା ସହିତ ଏନେଇ ମିଥ୍ୟା ଓ ଭ୍ରମାତ୍ମକ ପ୍ରଚାର କରାଯାଉଛି ବୋଲି କହିଛନ୍ତି ।