ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଏ ?
ବସିଲା କେଶବ ଭବନରେ ବୈଠକ
ପଶ୍ଚିମବଙ୍ଗରେ ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ?
ଏହି ବିଷୟ ନେଇ ସାଧାରଣରେ କୌତୁହଳ ସୃଷ୍ଟି ହୋଇଥିବାବେଳେ ନନ୍ଦିଗ୍ରାମବାସୀଙ୍କ ବକ୍ତବ୍ୟ ଯେ ଘରର ପୁଅ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଉଚିତ୍ । ସେହିପରି ଆରଏସଏସ ପକ୍ଷରୁ ଶୁଣିବାକୁ ମିଳୁଛି ଯେ କାର୍ତିକ ମହାରାଜ ହେବେ ମୁଖ୍ୟମନ୍ତ୍ରୀ । ଏପରି ଶୁଣିବାକୁ ମିଳୁଛି ଯେ ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ ।
ସେଠାରେ ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲଙ୍କ ନାମ ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ଅମିତ ଶାହାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଏହି ବିଷୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ ତାହା ନେଇ ମଧ୍ୟ ଆଲୋଚନା କରାଯାଇଛି । ତେବେ ଶୁଭେନ୍ଦୁ ଅଧିକାରୀ ଆଦୌ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବେ କି ନାହିଁ ତାହା ନେଇ ଆଲୋଚନା ଜାରି ରହିଛି ।
ତେବେ ଅଗ୍ନିମିତ୍ରା ପଲ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।
ଅନ୍ୟପକ୍ଷରେ ଉତରବଙ୍ଗକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଆଲୋଚନା ହୁଏ ।
କାରଣ ଉତରବଙ୍ଗ ପ୍ରଥମତଃ ମୂଳରୁ ବିଜେପିର ଗଡ଼ ଭାବେ ପରିଚିତ ।
ବିଶେଷ ସୂତ୍ରରୁ ଖବର ଯେ ନିଶିଥ ପ୍ରମାଣିକ ଏବଂ ଶଙ୍କର ଘୋଷଙ୍କ ସହ ଅଭୟାର ମାଆ ରତ୍ନା ଦେବନାଥଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇପାରେ । ଶିବପୁରରୁ ବିଜୟୀ ରୁଦ୍ରନୀଲ ଘୋଷ ଦୀର୍ଘଦିନ ଧରି ଅଭିନେତା, ତେଣୁ ହୁଏତ ତାଙ୍କୁ ତଥ୍ୟ ଓ ସଂସ୍କୃତି ଦପ୍ତର ମନ୍ତ୍ରୀ କରାଯାଇପାରେ ।
ସେହିପରି ଶିକ୍ଷାମନ୍ତ୍ରୀ ଭାବେ ସ୍ୱପନ ଦାଶଗୁପ୍ତଙ୍କୁ ଶିକ୍ଷାମନ୍ତ୍ରୀ, ପୀୟୁଷ କାନୋରିଆ ସ୍ୱାସ୍ଥ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞଙ୍କ ଧାରଣା ।
ଆଜି ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲ ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିବା ଜଣାପଡ଼ିଛି, ସେ ଦୃଷ୍ଟିରୁ ମହିଳା ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ସର୍ବାଗ୍ରେ ଥିବା ମନେହୁଏ ।
ତେବେ ଆଗାମୀ ୯ ତାରିଖରେ କଲକାତା ବ୍ରିଗେଡ ପଡ଼ିଆରେ ଯେଉଁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ସେଠାରେ ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନେ କେଉଁ ପଦ ଅଳଙ୍କୃତ କରୁଛନ୍ତି, ତାହା ସ୍ପଷ୍ଟ ହୋଇଯିବ ।