ମମତାଙ୍କ ବୈଠକକୁ ଗଲେନି ୯ ବିଧାୟକ
ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳର ଭିତର ଲୋକଙ୍କଦ୍ୱାରା ଅନ୍ତର୍ଘାତୀ ଅଭିଯୋଗ ଆଣିଛନ୍ତି ।
୧୫ବର୍ଷ କ୍ଷମତାରେ ରହିବା ପରେ ବିଜେପି ବିରୋଧରେ ମମତା ବୁଧବାର ଦଳ ଭିତରେ ଅନେକ ତଦନ୍ତ ଆରମ୍ଭ କରିବାର ଘୋଷଣା କରିଛନ୍ତି ।
ଦକ୍ଷିଣ କଲକାତାର କାଲିଘାଟସ୍ଥିତ ତାଙ୍କ ବାସଭବନରେ ମମତା ବାନାର୍ଜୀ ୮୦ଜଣ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୭୧ଜଣଙ୍କ ସହିତ ବୈଠକ କରିଛନ୍ତି । ଅର୍ଥାତ ମମତାଙ୍କ ବୈଠକକୁ ୯ଜଣ ବିଧାୟକ ଉପସ୍ଥିତ ହୋଇ ନଥିଲେ ।
ତେଣୁ ବୈଠକରେ ସେ ସ୍ପଷ୍ଟ କରିଛନ୍ତି ଯେ ଦଳ କିମ୍ବା ଏହାର ଶୀର୍ଷ ନେତୃତ୍ୱ ବିରୋଧରେ କୌଣସି ପ୍ରକାର ବିଦ୍ରୋହ କିମ୍ବା ବିରୋଧକୁ ବରଦାସ୍ତ କରାଯିବ ନାହିଁ ।