ଟିଏମସିର ପୂର୍ବତନ ମନ୍ତ୍ରୀ ସୁଜିତ ଗିରଫ
ଦକ୍ଷିଣ ଦମ ଦମ ପୌରପାଳିକା ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି
ନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଶାସନ କରୁଛି ବିଜେପି ସରକାର ।
ତେବେ କ୍ଷମତାକୁ ଆସିବା ପରେ ଶୁଭେନ୍ଦୁ ପ୍ରଥମେ ବିଜେପିର ଘୋର ବିରୋଧୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)କୁ ଟାର୍ଗେଟ କରିବା ଆରମ୍ଭ କରିସାରିଛନ୍ତି ।
ଏହି କ୍ରମରେ ସୋମବାର ଟିଏମସିର ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ଗିରଫ ହୋଇଛନ୍ତି ।
ବେଆଇନ ଅର୍ଥ କାରବାରରେ ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କୁ କୋଲକତାରୁ ପ୍ରବର୍ତନ ନିର୍ଦେଶାଳୟ (ଇଡି)ର ଅଧିକାରୀମାନେ ଗିରଫ କରିଛନ୍ତି ।
ତାଙ୍କ ବିେରୋଧରେ ଦକ୍ଷିଣ ଦମ ଦମ ପୌରପାଳିକା ନିଯୁକ୍ତିରେ ବ୍ୟାପକ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା ।
୧୫୦ ପ୍ରାର୍ଥୀଙ୍କ ନାଁ ସୁଜିତ ସୁପାରିଶ କରିଥିବା ନେଇ ଅଭିଯୋଗ ହୋଇଥିଲା ।
ଏହି ମାମଲାର ତଦନ୍ତ କରି ଆଜି ଇଡି ଶ୍ରୀ ବୋଷଙ୍କୁ ଗିରଫ କରିଛି ।