ଶୀଘ୍ର ଗଡ଼ିବ ପୁରୀ-କୋରାପୁଟ ଏକ୍ସପ୍ରେସ
ଏଥର କୋରାପୁଟବାସୀଙ୍କ ପାଇଁ ଏକ ବିଶେଷ ଖବର ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ଖୁବ ଶୀଘ୍ର ପୁରୀ-କୋରାପୁର ନୂଆ ଏକ୍ସପ୍ରେସ ଗଡ଼ିବ । ଏ ନେଇ ସିଏମଓ ସୂଚନା ଦେଇଛନ୍ତି । ସପ୍ତାହରେ ତିନି ଦିନ ଚାଲିବାକୁ ଥିବାବେଳେ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ ଚାଲିବା ନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି ।
ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ । ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଟ୍ରେନଟି ଛାଡ଼ିବ । ସେହିପରି କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ବାହାରିବ । ଟ୍ରେନ ନମ୍ବରଟି ହେଉଛି ୧୮୪୦୭ ଏବଂ ୧୮୪୦୮ । ଯାତ୍ରା ପଥରେ ମୋଟ ୧୯ଟି ରହଣି ଥିବା ସୂଚନା ମିଳିଛି ।
ଟ୍ରେନ୍ଟି ଯାତ୍ରାପଥରେ ଖୋର୍ଦ୍ଦା ରୋଡ଼, ଭୁବନେଶ୍ୱର, ନାରଣପୁର-ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ବୈନ୍ଦା, ରେଢ଼ାଖୋଲ, ସମ୍ବଲପୁର, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ, କିକ୍ରିଗୁମା, ଦାମନଯୋଡ଼ି ।