ମାଓ ଡମ୍ପରୁ ୩୨ଟି ମାରଣାସ୍ତ୍ର ଜବତ
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରୁ ସୁରକ୍ଷାକର୍ମୀ ମାଓ ଡମ୍ପକୁ ଉଦ୍ଧାର କରିବା ସହ ନଗଦ ଟଙ୍କା ଜବତ କରାଯାଇଛି ।
ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲା ପୁଲିସ, ଡିଆଇଜି, ଏସଟିଏଫ, ସିଆରପିଏଫ ଯବାନ ଜିଲାର ପାମେଡ଼ ଏବଂ ଜାତୀୟ ଉଦ୍ୟାନରେ ସର୍ଚ ଅପରେସନ କରୁଥିବାବେଳେ ଜଙ୍ଗଲରୁ ମାଓ ଡମ୍ପକୁ ଉଦ୍ଧାର କରାଯାଇଥିଲା ।
ନକ୍ସଲଙ୍କ ଏହି ସମ୍ପରୁ ଏଲଏମଜି, ଏସଏଲଆର, କାର୍ବାଇନ ସମେତ ୩୨ଟି ଅତ୍ୟାଧୁନିକ ବନ୍ଧୁକ ସହ ନଗଦ ୬୫ଲକ୍ଷ ୫୨ହଜାର ଟଙ୍କା ଜବତ କରାଯାଇଛି ।
ଏଥିସହ ୧୪୦କିଲୋ ।ମୋନିୟମ ନାଇଟ୍ରେଟ ନଷ୍ଟ କରାଯାଇଛି । ଏହାଦ୍ୱାରା ନକ୍ସଲଙ୍କୁ ମାରଣାସ୍ତ୍ର ପ୍ରଦାନ କରୁଥିବା ନେଟୱାର୍କକୁ ଶକ୍ତ ଧକ୍କା ଲାଗିଛି ।
ଗତକାଲି ୨୮ଟି ଅସ୍ତଶସ୍ତ୍ର ସହ ନଗଦ ୧କୋଟିରୁ ଊର୍ଦ୍ଧ ଟଙ୍କା ଜବତ କରାଯାଇଥିଲା ।
ପୁଲିସ ଲଗାତର ସର୍ଚ ଅପରେସନ କରି ନକ୍ସଲଙ୍କ ସମସ୍ତ ଡମ୍ପ ଓ ବଙ୍କରଗୁଡ଼ିକକୁ ଠାବ କରି ସମସ୍ତ ନକ୍ସଲ ସାମଗ୍ରୀ ଜବତ କରିଛି ।