୨୯ ରୁଟରେ ଉଡ଼ାଣ କଟକଣା
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ଛିଣ୍ଡୁନି ।
ଏଥିଯୋଗୁଁ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ରାଜିନାମା ମଧ୍ୟ ହୋଇପାରୁନି ।
ପାରସ୍ୟ ଉପସାଗରରେ ଗୋଟିଏ ପଟେ ଓମାନ ଏବଂ ଇରାନ ମଧ୍ୟରେ ଥିବା ସଂକୀର୍ଣ୍ଣ ଜଳପଥ ହର୍ମୁଜ ଅଫ୍ ଷ୍ଟ୍ରେଟର ଗୋଟିଏ ପାଖକୁ ଇରାନ ନିଜ ଅକ୍ତିଆରରେ ରଖିଥିବାବେଳେ ଅନ୍ୟ ପଟକୁ ଆମେରିକା ଅବରୋଧ କରି ରଖିଛି ।
ଫଳରେ ହର୍ମୁଜ ଅଫ୍ ଷ୍ଟ୍ରେଟ୍ରେ ଶହ ଶହ ପରିବନହକାରୀ ଜାହାଜ ଅଟକି ରହିଛନ୍ତି ଓ ସମଗ୍ର ବିଶ୍ୱରେ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି ।
ଏଥିଯୋଗୁଁ ଭାରତରେ ଦେଖାଦେଇଛି ପେଟ୍ରୋଲ ଓ ଡିଜେଲ ସଙ୍କଟ ।
ଏହାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କାରକେଡକୁ ୫୦ ପ୍ରତିଶତକୁ ହ୍ରାସ କରିସାରିଛନ୍ତି ।
ଦେଶରେ ୨୯ଟି ରୁଟ୍ରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି ।
ଏପରିକି ଶେଷ ମିନିଟ ଉଡ଼ାଣ ବାତିଲ ଅସୁବିଧା ଏଡ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି ।