ପ.ବଙ୍ଗ ସରକାରୀ ବିଦ୍ୟାଳୟରେ ଗାନ ହେବ ‘ବନେ୍ଦ ମାତରମ’
ପଶ୍ଚିମବଙ୍ଗର ନୂତନ ସରକାର ଆଜି ପୁଣି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି ।
ପ୍ରକାଶିତ ନିର୍ଦେଶ ଅନୁସାରେ ରାଜ୍ୟର ପ୍ରତିଟି ସରକାରୀ ବିଦ୍ୟାଳୟରେ ପ୍ରାର୍ଥନା ସମୟ ଅର୍ଥାତ ସକାଳେ ଶ୍ରେଣୀ ଆରମ୍ଭ ପୂର୍ବରୁ ‘ବନେ୍ଦ ମାତରମ’ ସଂଗୀତ ଗାନ କରାଯିବ । ଯାହାକି ବାଧ୍ୟତାମୂଳକ ରହିବ ।
ଏହି ନିର୍ଦେଶ ଆଗାମୀ ସୋମବାରଠୁ କାର୍ଯ୍ୟକାରୀ ପାଇଁ ନିର୍ଦେଶ ହୋଇଛି । ରାଜ୍ୟ ବିଜେପି ସରକାରଙ୍କ ଏହି ନିର୍ଦେଶ ସମ୍ପର୍କରେ ଜଣେ ସ୍କୁଲ ଅଧ୍ୟକ୍ଷ କହିଛନ୍ତି ଯେ ଆମ୍ଭେ ଜାତୀୟ ସଂଗୀତକୁ ବାଦ୍ ଦେଇପାରିବୁ ନାହିଁ, କାରଣ ଏହା ବାଧ୍ୟତାମୂଳକ ହୋଇଛି ।
ସ୍କୁଲର ପ୍ରାର୍ଥନା ସଭା ପୂର୍ବରୁ ପ୍ରଥମେ ଏହି ସଂଗୀତ ଗାନ କରାଯିବ । ତେବେ ଦୁଇ ଦୁଇଟି ସଂଗୀତ ଗାନ କରିବାଦ୍ୱାରା ଶ୍ରେଣୀ ଆରମ୍ଭରେ ବିଳମ୍ବ ଘଟିବ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂର୍ବରୁ ଅର୍ଥାତ ଜାନୁଆରୀରେ ଏହି ନୋଟିସ ଜାରି କରିଥିଲା, ଯେଉଁଥିରେ ଜାତୀୟ ସଂଗୀତ ‘ବନେ୍ଦ ମାତରମ’ର ୧୫୦ତମ ବାର୍ଷିକୀକୁ ସମ୍ମାନ ଜଣାଇବା ପାଇଁ ତାହା ଗାନ କରିବାକୁ ବାଧ୍ୟ କରାଯାଇଥିଲା । ଯାହାକି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହୋଇଛି ।