ନିଟ ପ୍ରଶ୍ନପତ୍ର ଲିକ, ମୁଖ୍ୟ ଅଭିଯୁକ୍ତ ଗିରଫ
ବହୁ ଚର୍ଚିତ ନିଟ-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ ମାମଲାରେ ସିବିଆଇକୁ ଏକ ବଡ଼ ସଫଳତା ମିଳିଛି ।
ସିବିଆଇ ଏହି ମାମଲାରେ ମାଷ୍ଟରମାଇଣ୍ଡ ପିଭି କୁଲକର୍ଣ୍ଣିକୁ ପୁନେରୁ ଗିରଫ କରିଛି ।
ପିଭି କୁଲକର୍ଣ୍ଣି ଜଣେ ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପକ ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ପରୀକ୍ଷା ପରିଚାଳନାରେ ଜଣେ ସଦସ୍ୟ । ସିବିଆଇ ଯାଂଚ ସମୟରେ ଖୁଲାସା ହୋଇଛି ଯେ ମୁଖ୍ୟ ଅଭିଯୁକ୍ତ ଯିଏ କି ମହାରାଷ୍ଟ୍ରର ଲାତୁର ବାସିନ୍ଦା । ସେ ପୁନେର ଏକ କଲେଜରେ ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ରହିଛନ୍ତି ।
କୁଲକର୍ଣ୍ଣିକୁ ଏନଟିଏ ତରଫରୁ ପରୀକ୍ଷା ପ୍ରକ୍ରିୟାରେ ସାମିଲ କରାଯାଇଥିଲା, ଯେଉଁ କାରଣରୁ ତାର ସିଧାସଳଖ ପ୍ରଶ୍ନପତ୍ର ପର୍ଯ୍ୟନ୍ତ ଯୋଗାଯୋଗ ରହିଥିଲା । ଅଭିଯୁକ୍ତ ମନୀଷ ବାଘମାରେକୁ ପଚରାଉଚରା ବେଳେ ସିବିଆଇ କୁଲକର୍ଣ୍ଣିଂ ନିକଟରେ ପହଂଚି ପାରିବାରେ ସକ୍ଷମ ହୋଇଥିଲା । ଦୀର୍ଘ ସମୟ ଜେରା ପରେ ତାକୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି ।
ତଦନ୍ତକାରୀ ସଂସ୍ଥା ଅନୁସାରେ ଏପ୍ରିଲ ୨୦୨୬ର ଶେଷ ସପ୍ତାହରେ କୁଲକର୍ଣ୍ଣି ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ମନୀଷ ବାଘମାରେଙ୍କ ସହାୟତାରେ ଛାତ୍ରମାନଙ୍କୁ ଏକତ୍ର କରିଥିଲା । ପୁନେସ୍ଥିତ ନିଜ ଘରେ ସ୍ୱତନ୍ତ୍ର କୋଚିଂ ପରିଚାଳନା କରିଥିଲା । ମନୀଷା ବାଘମାରେକୁ ପୁଲିସ ପୂର୍ବରୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ ନିଟ ୟୁଜି ପରୀକ୍ଷା ଗତ ୩ ତାରିଖରେ ଦେଶବ୍ୟାପୀ ୪ହଜାରରରୁ ଅଧିକ କେନ୍ଦ୍ରରେ ଆୟୋଜନ ହୋଇଥିଲା । ପରେ ପରୀକ୍ଷାରେ ଦୁର୍ନୀତି ଯୋଗୁଁ ସରକାର ଏହି ପରୀକ୍ଷାକୁ ରଦ୍ଧ କରିଥିଲେ ଏବଂ ପୁନଃପରୀକ୍ଷା ପାଇଁ ଆସନ୍ତା ଜୁନ ୨୧ତାରିଖ ନିର୍ଦ୍ଦାରିତ କରିଛନ୍ତି ।