ଅପରାଧୀଙ୍କୁ ଡିଜିପି ଖୁରାନିଆଙ୍କ କଡ଼ା ଚେତାବନୀ
କ୍ରାଇମ କଲେ ଏଥରକ ଏନକାଉଂଟର
ରାଜ୍ୟକୁ ଅପରାଧମୁକ୍ତ ରାଜ୍ୟ ଭାବେ କରିବା ପାଇଁ ଅଂଟା ଭିଡ଼ିଛନ୍ତି ପୁଲିସ ଡିଜିିପି ୱାଇ.ବି.ଖୁରାନିଆ । ଏହି କ୍ରମରେ ଆଜି ରାଜ୍ୟରେ ଅପରାଧ ଘଟାଉଥିବା ଅପରାଧୀମାନଙ୍କୁ ସେ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି ।
ଡିଜିପି ଶ୍ରୀ ଖୁରାନିଆ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି କୌଣସି ଅପରାଧୀ ଅପରାଧ ଘଟାଇବାକୁ ଚିନ୍ତା କରୁଥିବେ ତା’ହେଲେ ସେ ଏନକାଉଂଟର ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ରୁହନ୍ତୁ ।
ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭ଶହରୁ ଊଦ୍ଧ୍ୱର୍ ଏନବିଡବ୍ଲୁ୍ୟ ଡ୍ରାଇଭ କରାଯାଇଛି । ୬ ଜଣଙ୍କ ବିରୋଧରେ ଏନଏସଏ ଲାଗିଥିବାବେଳେ, ୫୦ରୁ ଊଦ୍ଧ୍ୱର୍ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି ।
ଗୁଇନ୍ଦା ଆଧାରରେ ଜେଲ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ ।