ସୋର ଷ୍ଟେସନରୁ ୨୭ ଶିଶୁ ଉଦ୍ଧାର
ଧର୍ମାନ୍ତରୀକରଣ କରିବା ପାଇଁ ଚାଲାଣ ସନ୍ଦେହ
ରବିବାର ସକାଳୁ ବାଲେଶ୍ୱରର ସୋର ଷ୍ଟେସନରୁ ୨୭ ଜଣ ଶିଶୁଙ୍କୁ ପୁଲିସ ଉଦ୍ଧାର କରିଛି ।
ଏହି ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୯ରୁ ୧୫ ବର୍ଷ ବୟସ ହେବ ବୋଲି ଜଣାପଡ଼ିଛି ।
ଏମାନେ ସମସ୍ତେ ମୟୁରଭଂଜର କପ୍ତିପଦା ଅଂଳଚର ହୋଇଥିବାବେଳେ ସେମାନେ ଏକ ବୈଠକରେ ଯୋଗ ଦେବା ପାଇଁ ଅନୁଗୋଳ ଯାଉଥିଲେ ।
ଉଦ୍ଧାର ୨୭ ଜଣଙ୍କ ମଧ୍ୟରୁ ୧୯ ଜଣ ନାବାଳିକା ଥିବାବେଳେ ୮ ଜଣ ସାବାଳକ ଅଛନ୍ତି ।
ଏମାନଙ୍କୁ ୨ ଜଣ ଯୁବକ ଅନୁଗୋଳକୁ ଟ୍ରେନରେ ନେବା ପାଇଁ ଷ୍ଟେସନକୁ ଆଣିଥିଲେ ।
ଏହି ଘଟଣାରେ ରେଳବାଇ ପୁଲିସ ମୟୁରଭଞ୍ଜ କପକ୍ତିପଦା ବ୍ଲକ ମହୁଲଗାଡ଼ିଆର ଯତୀନ ମାନାଡାଙ୍କୁ ଗିରଫ କରିଛି ।
ପଚରାଉଚୁରାବେଳେ ସମରକୋର୍ସ ପାଇଁ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଗୋଳ ନେଉଥିବା ଗିରଫ ଯୁବକ ଜଣକ କହିଥିଲା ।
ତେବେ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଧର୍ମାନ୍ତରୀକରଣ ପାଇଁ ଅନୁଗୋଳ ନିଆଯାଉଥିବା ପୁଲିସ ସନେ୍ଦହ କରୁଛି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।