ପ୍ରକାଶ ପାଇଲା +୨ ପରୀକ୍ଷା ଫଳ
କଳାରେ ପାସ ହାର ୮୪.୫୦%,ବାଣିଜ୍ୟରେ ୮୮.୦୭% ଏବଂ ବିଜ୍ଞାନରେ ୮୮.୮୦%
ବୁୁଧବାର +୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି ।
ପରୀକ୍ଷାର୍ଥୀମାନେ chseodisha.nic.inୱେବସାଇଟରେ ରେଜଲ୍ଟ ଦେଖିପାରିଛନ୍ତି । ଚଳତି ବର୍ଷ ରାଜ୍ୟରେ ପ୍ରାୟ ୪ ଲକ୍ଷ ବିଦ୍ୟାର୍ଥୀ ଏହି +୨ ପରୀକ୍ଷା ଦେଇଛନ୍ତି ।
ଏଥରକ କଳାରେ ପାସ ହାର ୮୪.୫୦% ଥିବାବେଳେ ବାଣିଜ୍ୟରେ ୮୮.୦୭ % ଓ ବିଜ୍ଞାନରେ ୮୮.୮୦ % ରହିଛି ।
କଳାରେ ଛାତ୍ରଙ୍କ ତୁଳାନରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୭୭.୯୭ % ରହିଥିବାବେଳେ ଛାତ୍ରୀଙ୍କ ପାସ ହାର ୮୯.୪୫% ରହିଛି ।
ସେହିଭଳି ବାଣିଜ୍ୟରେ ମଧ୍ୟ ଛାତ୍ରୀଙ୍କ ପାସ ହାର ଛାତ୍ରଙ୍କ ପାସ ହାର ୮୬.୬୭% ରହିଥିବାବେଳେ ଛାତ୍ରୀଙ୍କ ପାସ ହାର ୯୦.୪୩% ରହିଛି ।
ସେହିପରି ବିଜ୍ଞାନରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ବିଜ୍ଞାନରେ ଛାତ୍ରଙ୍କ ପାସ ହାର ୮୭.୪୧% ରହିଥିବାବେଳେ ଛାତ୍ରୀଙ୍କ ପାସ ହାର ୯୦.୨୪% ରହିଛି ।
ଧନ୍ଦାମୂଳକ ଶିକ୍ଷା ପାସ ହାର ୭୭.୮୨% ରହିଛି ।
ଛାତ୍ରଛାତ୍ରମାନେ ସେମାନଙ୍କ ମାର୍କସିଟ୍ ଡିଜିଲକର ଆକାଉଂଟରୁ ମଧ୍ୟ ଡାଉନଲୋଡ କରିପାରିବେ ।
ତେବେ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଦ୍ୟାର୍ଥୀଙ୍କ ପାଇଁ ଏକ ଇମ୍ପ୍ରୁଭମେଂଟର ସୁଯୋଗ ଦିଆଯାଇଛି ।
ତଦନୁଯାୟୀ ବିଦ୍ୟାର୍ଥୀମାନେ ଯଦି ଅନୁଭବ କରିବେ ଯେ ସେମାନଙ୍କୁ କୌଣସି ବିଷୟରେ କମ୍ ମାର୍କ ମିଳିଛି ତା’ହେଲେ ସେମାନେ ସେହି ନିର୍ଦିଷ୍ଟ ଗୋଟିଏ ବିଷୟରେ ପୁନର୍ବାର ପରୀକ୍ଷା ପାଇଁ ଆବେଦନ କରିପାରିବେ ।