କେଶମ ଦ୍ୱୀପରେ ବିସ୍ଫୋରଣ
ଇରାନର ରଣନୈତିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ କେଶମ ଦ୍ୱୀପରେ ମଙ୍ଗଳବାର ଅପରାହ୍ନରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି ।
ଏହି ଘଟଣାକୁ ନେଇ ସମଗ୍ର ପଶ୍ଚିମ ଏସିଆ ଅଂଚଳରେ ପୁନର୍ବାର ଆତଙ୍କ ଖେଳିଯାଇଛି । ତେବେ ଇରାନର ସରକାରୀ ଗଣମାଧ୍ୟମ ତସନିମ ନ୍ୟୁଜ ଏଜେନ୍ସି ହରମୋଜଗାନ ପ୍ରଦେଶର ଉପ-ରାଜ୍ୟପାଳ ଅହମ୍ମଦ ନାଫିସିଙ୍କ ସୂତ୍ରରୁ ସ୍ପଷ୍ଟ କରିଛି ଯେ ଏହି ବିସ୍ଫୋରଣଗୁଡ଼ିକ କୌଣସି ବାହ୍ୟ ଆକ୍ରମଣ ନୁହେଁ, ବରଂ ସେନାଦ୍ୱାରା ଶତ୍ରୁପକ୍ଷର ପୁରୁଣା ଓ ଅଫୁଟା ଗୋଳାବାରୁଦରକୁ ନିୟନ୍ତ୍ରିତ ଭାବେ ନଷ୍ଟ କରାଯିବା ସମୟରେ ହୋଇଛି ।
ଏହି ପ୍ରକ୍ରିୟାରେ କୌଣସି ନାଗରିକ ଆହତ ହୋଇନାହାନ୍ତି କିମ୍ବା ସମ୍ପତି ନଷ୍ଟ ହୋଇନାହିଁ । ନିୟନ୍ତ୍ରିତ ବିସ୍ଫୋରଣ ପୂର୍ବରୁ ଗତରାତିରେ କେଶମ ଦ୍ୱୀପ ଆକାଶରେ କିଛି ସନ୍ଦିଗ୍ଧ ଗୁପ୍ତଚର ମାଇକ୍ରୋ-ଡ୍ରୋନ ଉଡୁଥିବାର ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ ସଙ୍ଗେ ସଙ୍ଗେ ସ୍ଥାନୀୟ ବାହୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରି ଶତ୍ରୁପକ୍ଷର ଡ୍ରୋନ ପ୍ରୟାସକୁ ବିଫଳ କରାଯାଇଥିଲା ।
ସେହି ସମୟରେ କେନ୍ଦ୍ରୀୟ ସହର ଇସଫାନହାନରେ ମଧ୍ୟ ସମାନ ଧରଣର ଏୟାର ଡିଫେନ୍ସ ଆଲର୍ଟ ଜାରି କରାଯାଇଥିଲା ।