ବର୍ଷିଲେ ପ୍ରିୟଙ୍କା ଚତୁର୍ବେଦୀ
ଦଶ ଦିନ ମଧ୍ୟରେ ଚାରିଥର ପେଟ୍ରୋଲ, ଡିଜେଲ ମୂଲ୍ୟବୃଦ୍ଧି ଘଟିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ବର୍ଷିବା ଆରମ୍ଭ କରିଛନ୍ତି ।
ଶିବସେନା (ୟୁବିଟି) ନେତା ପ୍ରିୟଙ୍କା ଚତୁର୍ବେଦୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ଇଂରାଜୀ ଖବରକାଗଜର ଏକ କ୍ଲିପିଂ ସେୟାର କରିଛନ୍ତି ।
ସେ ଲେଖିଛନ୍ତି ଯେ ‘ଜନସାଧାରଣଙ୍କ ରକ୍ତ ଶୋଷିବା ପରେ, ରେକର୍ଡ ଭାଙ୍ଗି ମୁଦ୍ରାସ୍ଫୀତି, ଦେଶର ତୈଳ କମ୍ପାନୀଗୁଡ଼ିକ ରେକର୍ଡ ତ୍ରୈମାସିକ ଲାଭ ଘୋଷଣା କରୁଛନ୍ତି । କି ସରକାର! ଜନତା ଦୁଃଖିତ, ତୈଳ କମ୍ପାନୀଗୁଡ଼ିକ ଖୁସି!’ ସେୟାର କରାଯାଇଥିବା ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ତୈଳ କମ୍ପାନୀଗୁଡ଼ିକ ୪୧% ଲାଭ କରିଛନ୍ତି ।
ସରକାଙ୍କ କ୍ଷତିର ସମ୍ପ୍ରତି ଦାବି ସତ୍ୱେ, ପ୍ରିୟଙ୍କା ଚତୁର୍ବେଦୀ ବିଶ୍ୱାସ କରନ୍ତି ଯେ ସରକାର ଜୋରଜବରଦସ୍ତି ଜନତାଙ୍କ ଉପରେ ମୁଦ୍ରାସ୍ପୀତିର ବୋଝ ବୃଦ୍ଧି କରୁଛନ୍ତି ।