ଜୁନ ୧ରୁ ମହିଳାଙ୍କୁ ମାସିକ ମିଳିବ ୩ହଜାର
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗ କ୍ୟାବିନେଟ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧିନରେ ମହିଳାମାନଙ୍କ ପାଇଁ ତିନି ହଜାର ଟଙ୍କା ସହାୟତା ମଞ୍ଜୁର କରିଛି ।
ସରକାର ପର୍ଯ୍ୟାୟକ୍ରମେ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ।
ଏହି ଯୋଜନା ଅଧିନରେ ଜୁନ ୧ ତାରିଖରୁ ମହିଳାମାନେ ମାସିକ ୩ହଜାର ଟଙ୍କା ସହାୟତା ରାଶି ପାଇବେ । ଯୋଜନାରେ ଆବେଦନ କରିବା ପାଇଁ ପୃଥକ ପୋର୍ଟଲ ମଧ୍ୟ ଆରମ୍ଭ କରାଯିବ ।
ଯୋଜନାର ଲକ୍ଷ୍ୟ ହେଉଛି ଗରିବ ପରିବାର ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା । ମହିଳାମାନଙ୍କୁ ସିଧାସଳଖ ବ୍ୟାଙ୍କ ସ୍ଥାନାନ୍ତର (ଡିବିଟି) ମାଧ୍ୟମରେ ପ୍ରତିମାସରେ ପ୍ରାୟ ୩ହଜାର ଟଙ୍କା ପ୍ରଦାନ କରାଯିବ । ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବୁଧବାରଠାରୁ ରାଜ୍ୟ ସଚିବାଳୟରେ ଫର୍ମ ଜାରି କରାଯାଉଛି ।
ଜୁନ ୧ତାରିଖ ୨୦୨୬ରୁ ପୋର୍ଟାଲରେ ଅନଲାଇନ ଆବେଦନ ଉପଲବ୍ଧ ହେବ । ସରକାର ସ୍ପଷ୍ଟ କରିଛନ୍ତି ଯେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଭାଇବାକୁ ଯୋଗ୍ୟ ହେବେ ।