ଫୈସଲାରେ ବିଳମ୍ବ : ଏସସିଙ୍କ କଡ଼ା ଆଭିମୁଖ୍ୟ
ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କର
ପ୍ରତିଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଶତାଧିକ ମାମଲା ଶୁଣାଣି ପାଇଁ ଆସୁଛି ।
ହେଲେ ଏଗୁଡ଼ିକର ବିଚାରପ୍ରକ୍ରିୟାରେ ବହୁ ବିଳମ୍ବ ହେଉଛି ।
ଏଥିସହିତ ଫୈସଲା ଶୁଣାଇବାରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଛି ବୋଲି ମାନ୍ୟବର ସୁପ୍ରିମକୋର୍ଟ ଉଦ୍ବେଗ ଜଣାଇଛନ୍ତି ।
ଏ ସଂକ୍ରାନ୍ତରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ମାନ୍ୟବର ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି ।
ସେହିପରି ବ୍ୟକ୍ତିଗତ ସ୍ୱାଧୀନତା ମାମଲାରେ ସମୟସୀମା ଆହୁରି କମାଇବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି ।
ଧାରା ୧୪୨ ଅନୁଯାୟୀ ନିଜ କ୍ଷମତା ବ୍ୟବହାର କରି ମାନ୍ୟବର ସୁପ୍ରିମକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି ।
ସେହିଭଳି ଜାମିନ ଶୁଣାଣି ଉପରେ ମଧ୍ୟ କଡ଼ା ଟାଇମ ଲାଇନ ଜାରି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ଜାମିନ ଆବେଦନ ଶୁଣାଣି ସେହିଦିନ କିମ୍ବା ପରଦିନ କରିବାକୁ ନିର୍ଦେଶ ଦିଆଯାଇଛି ।
ଜାମିନ ଶୁଣାଣିର ଆଦେଶ ତୁରନ୍ତ ଜେଲ ପ୍ରଶାସନକୁ ଜଣାଇବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।