କନ୍ଧମାଳରୁ କାଶ୍ମୀର ଗଂଜେଇ ବେପାର
ଆସୁଥିଲା ସେଓ, ଯାଉଥିଲା ଗଂଜେଇ
ଏକ ଅଭିନବ ଉପାୟରେ ରାଜ୍ୟରୁ ବାହାରକୁ ଚାଲିଥିଲା ଗଂଜେଇ ଚୋରା ଚାଲାଣ ।
ଏହା ଏବେ ଭୁବନେଶ୍ୱର ପୁଲିସ ଜାଣିପାରିଛି ।
ସୁଦୂର କାଶ୍ମୀରରୁ ଟ୍ରକ୍ ଭର୍ତି ହୋଇ ସେଓ ଓଡ଼ିଶାକୁ ଆସୁଥିଲା । ହେଲେ ସେହି ଟ୍ରକରେ ଏଠୁ ଯାଉଥିଲା ପ୍ୟାକିଂ ହୋଇଥବା ବସ୍ତା ବସ୍ତା ଗଂଜେଇ ।
ଏହି ଘଟଣାରେ କାଶ୍ମୀରର ଯୁଇ ଜଣଙ୍କୁ ଏନସିବି ଗିରଫ କରି ଭୁବନେଶ୍ୱର ଆଣିଛି । ସେମାନେ କନ୍ଧମାଳରୁ ସେଓ ଟ୍ରକ ଯୋଗେ କାଶ୍ମୀରକୁ ଗଂଜେଇ ଚାଲାଣ କରୁଥିଲେ ।
ପରେ ଏହି ଗଂଜେଇ ପାକିସ୍ତାନକୁ କାଶ୍ମୀର ବାଟେ ଯାଉଥିଲା
ଏହି ଘଟଣାରେ ଜମ୍ମୁରୁ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ ହୋଇ୍ଛନ୍ତି ।