ଭାଇସ ଆଡମିରାଲ ଅଜୟ କୋଚ୍ଛାର ନୌସେନାର ନୂତନ ଉପମୁଖ୍ୟ
ଭାରତୀୟ ସେନାବାହିନୀରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପରିବର୍ତନ ସ୍ୱରୂପ ଭାଇସ ଆଡମିରାଲ ଅଜୟ କୋଚ୍ଛାର ଶୁକ୍ରବାର ଭାରତୀୟ ନୌସେନାର ୪୮ତମ ଉପମୁଖ୍ୟ ବା ‘ଭାଇସ ଚିଫ୍ ଅଫ ଦି ନାଭାଲ ଷ୍ଟାଫ’ (ଭିସିଏନଏସ) ଭାବେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଭ୍କ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିବୃତି ଅନୁଯାୟୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଫ୍ଲାଗ ଅଫିସର ନୂଆଦିଲ୍ଲୀସ୍ଥିତ ‘ନ୍ୟାସନାଲ ବାର ମେମୋରିଆଲ’ ପରିଦର୍ଶନ କରି ଦେଶର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ଉଦେ୍ଦଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ପୁନେସ୍ଥିତ ପ୍ରତିଷ୍ଠିତ ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଭାଇସ ଆଡମିରାଲ କୋଚ୍ଛାର ୧୯୮୮ ମସିହା ଜୁଲାଇ ୧ ତାରିଖରେ ଭାରତୀୟ ନୌସେନାରେ କମିସନ ପାଇଥିଲେ ।
ଗନେରୀ (ସାମରିକ ବିଜ୍ଞାନ ଓ କଳା) ଏବଂ ମିସାଇଲ ସିଷ୍ଟମରେ ବିଶେଷଜ୍ଞତା ହାସଲ କରିଥିବା ଏହି ବରିଷ୍ଠ ଅଧିକାରୀଙ୍କର ପ୍ରାୟ ୩୭ବର୍ଷରୁ ଅଧିକ ସମୟର ଏକ ସୁଦୀର୍ଘ ତଥା ଗୌରବମୟ ସାମରିକ କ୍ୟାରିୟର ରହିଛି । ନିଜର ପ୍ରଶଂସନୀୟ ସେବା ମଧ୍ୟରେ ସେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ନାଶାକ, ବିଭୂତି, କିର୍ପାନ ସମେତ ଅତ୍ୟାଧୁନିକ ଫ୍ରିଗେଟ ‘ତ୍ରିକନ୍ଦ’ର ପ୍ରଥମ କମାଣ୍ଡିଂ ଅଫିସର ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି ।