୪ରେ କେରଳମ ଛୁଇଁବ ମୌସୁମୀ !
ଆସନ୍ତା ୪ ତାରିଖରେ କେରଳମ ଛୁଇଁବ ମୌସୁମୀ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।
କେରଳମ ଓ ତାମିଲନାଡ଼ୁର କିଛି ଅଂଶକୁ ଏହା ଛୁଇଁବ ।
ଦକ୍ଷିଣ-ପଶ୍ଚିମ ମୌସୁମୀ ୪ରେ କେରଳମ ଛୁଇଁବା ନେଇ ଆକଳନ କରିଛି ଆଇଏମଡି ।
ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି । ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପକୁ ସେହିଦିନ ମୌସୁମୀ ଛୁଇଁବ ।
କେରଳମ ଓ ତାମିଲନାଡ଼ୁର କିଛି ଅଂଶ ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।