ବରଗୀ ବନ୍ଧରେ ବୁଡ଼ିଲା କ୍ରୁଜ
ମଧ୍ୟପ୍ରଦେଶର ଜବଲପୁରଠାରେ ୩୧ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜ ବୁଡ଼ି ଯାଇଥିବା ଜଣାପଡ଼ିଛି ।
ସମ୍ବାଦ ସଂସ୍ଥା ଏଏନଆଇ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଘଟଣାଟି ଗୁରୁବାର ଅପରାହ୍ନରେ ଘଟିଛି ।
ଜବଲପୁର ଜିଲା ସଂଲଗ୍ନ ବରଗୀ ବନ୍ଧରେ ଘଟଣା ଘଟିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୪ଜଣଙ୍କ ମୃତ୍ୟୁ ଖବର ଜଣାପଡ଼ିଥିବାବେଳେ ଅନେକେ ନିଖୋଜ ରହିଛନ୍ତି ।
ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିବାର ସମ୍ଭାବନା ରହିଥିବା ପୁଲିସ ଅନୁମାନ କରୁଛି ।
ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।