ରାସ୍ତାରେ ଅବତରଣ କଲା ଯୁଦ୍ଧବିମାନ
ଉତରପ୍ରଦେଶର ସୁଲତାନପୁରର ପୂର୍ବାଂଚଳ ଏକ୍ସପ୍ରେସୱେରେ ଭାରତୀୟ ବାୟୁସେନା (ଆଇଏଏଫ) ବିମାନ ଉଡାଣ ଏବଂ ଅବତରଣ ଅଭ୍ୟାସ କରିଛି ।
ଆଜି ଦେଶରେ ପହଲଗାମ ଆକ୍ରମଣର ବାର୍ଷିକୀ ମଦ୍ୟ ପାଳନ କରାଯାଉଥିବା ବେଳେ ଏହି ଆବାସ ଆହୁରି ଚର୍ଚା ବଢ଼ାଇଛି ।
ପହଲଗାମ ଆକ୍ରମଣର ବାର୍ଷିକୀ ଅବସରରେ ଭାରତୀୟ ବାୟୁସେନା ଉତର ପଦେଶର ସୁଲତାନପୁରରେ ନିଜର ପରାକ୍ରମ ପ୍ରଦର୍ଶନ କରି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନୁକ ଏକ ଦୃଢ଼ ବାର୍ତା ପଠାଇଛି ।
ଏହି ଅଭ୍ୟାସ ସମୟରେ ବାୟୁସେନା ଏହାର ଲଢ଼ୁଆ ବିମାନଗୁଡ଼ିକର ଉଡାଣ ଏବଂ ଅବତରଣ ଅଭ୍ୟାସ କରିଛି । ଯୁଦ୍ଧ କିମ୍ବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଏକ୍ସପ୍ରେସୱେକୁ ବିକଳ୍ପ ରନୱେ ଭାବେ ବ୍ୟବହାର କରିବାର କ୍ଷମତାକୁ ପ୍ରମାଣିତ କରିବା ପାିଁ ଏହି ଅଭ୍ୟାସ କରାଯାଇଛି ।
ଭାରତୀୟ ବାୟୁସେନାର ତିନୋଟି ଭୟଙ୍କର ବିମାନ ତେଜସ, ଏୟାରବସ ସି-୨୯୫ ଏବଂ ଜାଗୁଆର ରାସ୍ତାରେ ପରାକ୍ରମ ଦେକାଇଛି ।
ଯୁଦ୍ଧବିମାନ ସୁଖୋଇ ଏବଂ ମିରାଜର ଗର୍ଜନରେ ଆକାଶ ଥରିଛି ।