ଭାରତ ଆସୁଥିବା ଜାହାଜ ଉପରେ ପୁଣି ଗୁଳିମାଡ଼
ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି ।
ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଦୁଇଟି ଜାହାଜ ଉପରେ ଗୁଳିମାଡ଼ କରିବା ସହିତ ନିଜ କବଜା କରିଛି ।
ଏଥିରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା ବୋଲି ଜଣାପଡ଼ିଛି ।
ଦୁବାଇରୁ ଗୁଜୁରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା । ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରିବା ପରେ ୨ଟି ଜାହାଜକୁ ନିଜ ଅକ୍ତିଆରକୁ ନେଇଛି ଇରାନ ରିଭୋଲ୍ୟୁସନାରୀ ଗାର୍ଡ କପର୍ସ । ମୋଟ ୩ଟି ମାଲବାହୀ ଜାହାଜ ଉପରେ ଗୁଳିମାଡ଼ ଇରାନ କରିଥିବା ଜଣାପଡ଼ିଛି ।
ଇରାନ ନୌସେନା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଏପାମିନୋଡେସ ଏବଂ ଏମସି-ଫ୍ରାନସେସ୍କା ବିନା ଅନୁମତିରେ ଅପରେଟ ହେଉଥିଲା । ଏମାନେ ନେଭିଗେସନ ସିଷ୍ଟମକୁ ହେରଫେର କରିଛନ୍ତି । ଫଳରେ ସମୁଦ୍ର ସୁରକ୍ଷାକୁ ବିପଦ ଦେଖାଦେଇଛି ।
ଏହାକୁ ଇରାନ ନୌସେନା ଜବତ କରି ଇରାନ ତଟକୁ ନେଇ ଯାଇଛି । ଏହି ଦୁଇଟି ଜାହାଜ ଏବେ ଇରାନ କ୍ଷେତ୍ରରେ ରହିଛି । ଜାହାଜର ଜିନିଷ, ଡକ୍ୟୁମେଂଟସ ଏବଂ ସମ୍ବନ୍ଧୀୟ ରେକର୍ଡ ଯାଂଚ କରାଯାଉଛି ।
ଆମେରିକା ଓ ଇରାନରେ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନାରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ବୃଦ୍ଧି କରିବାର କିଛି ଘଂଟା ପରେ ଏହି ଅବରୋଧ କରାଯାଇଛି ।