ଇଡି କାର୍ଯ୍ୟାଳୟରେ ନୁସରତ ଜାହାନ
ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଜ କଲକାତାସ୍ଥିତ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ ।
ରେସନ ଦୁର୍ନର୍ୀତି ସହ ମନି ଲଣ୍ଡରିଂ ମାମଲାରେ ଗତ ୨୦ ତାରିଖରେ ତାଙ୍କୁ ଇଡି (ପ୍ରବର୍ତନ ନିର୍ଦେଶାଳୟ) ପକ୍ଷରୁ ସମନ ଜାରି କରାଯାଇଥିଲା ।
୨୦୨୦ ମସିହାରେ ରେସନ ଚୋରା ଚାଲାଣ ମାମଲାର ତଦନ୍ତ ପାଇଁ ସଲ୍ଟଲେକ ଇଡି କାର୍ଯ୍ୟାଳୟରେ ନୁସରତ ପହଂଚିଥିଲେ ।
ସମନ ସମୟରେ ବିଦେଶରେ ଛୁଟିରେ ଥିବାରୁ ସେ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ଅନୁରୋଧ କରିଥିଲେ, କିନ୍ତୁ ଏହା ଖାରଜ ହେବା ପରେ ଆଜି ସେ କଲକାତା ଇଡି କାର୍ଯ୍ୟାଳୟରେ ପହଂଚିଥିଲେ । ଅଭିଯୋଗ ଥିଲା ଯେ କୋଭିଡ-୧୯ ଲକଡାଉନ ସମୟରେ ବାଂଲାଦେଶକୁ ଗହମ ଓ ଚାଉଳ ଚୋରା ଚାଲାଣ ଅଭିଯୋଗରେ ବସିରହାଟର ସୀମାବର୍ତୀ ଅଂଚଳରେ ଅନେକେ ଟ୍ରକ ଜବତ କରାଯାଇଥିଲା ।
ନୁସରତ ସେତେବେଳ ବସିରହାଟ ସାଂସଦ ଥିଲେ । ତଦନ୍ତ ପାଇଁ ନୁସରତଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ସମନ କରାଯାଇଛି ।