ଆଇଆରସିଟିସିକୁ ୧୦ଲକ୍ଷ ଓ କ୍ୟାଟରିଂ କମ୍ପାନୀକୁ ୫୦ଲକ୍ଷ ଟଙ୍କା ଜୋରିମାନା
ବନେ୍ଦ ଭାରତ ଏକ୍ସପ୍ରେସ ଟ୍ରେନ୍ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟରେ ଦହିରେ ପୋକ ମିଳିବା ଅଭିଯୋଗ ପରେ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମନ୍ତ୍ରଣାଳୟ ଆର୍ଆରସିଟିସି ଉପରେ ୧୦ଲକ୍ଷ ଏବଂ କ୍ୟାଟିରଂ କମ୍ପାନୀ ଉପରେ ୫୦ଲକ୍ଷ ଟଙ୍କା ଜୋରିମାନା ଲଗାଇଥିବା ଜଣାପଡ଼ିଛି ।
ଜଣାପଡ଼ିଛି ଯେ ପାଟଣାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଥିଲେ ।
ଭିଡ଼ିଓରେ ରାତ୍ରୀ ଭୋଜନ ସହିତ ଖାଇବାକୁ ଦିଆଯାଉଥିବା ଦହିରେ ପୋକ ଥିବା ଦେଖାବାକୁ ପାଇଥିଲେ । ଯାତ୍ରୀଜଣକ ଦାବି କରିଥିଲେ ଯେ ଅନ୍ୟ ଯାତ୍ରୀଙ୍କୁ ଦିଆଯାଇଥିବା ଦହିରେ ମଧ୍ୟ ପୋକ ଥିବା ଦେଖାଯାଇଛି । ଯାତ୍ରୀ ରିତେଶ କୁମାରଙ୍କ ଅଭିଯୋଗ କ୍ରମେ ରେଳ ମନ୍ତ୍ରଣାଳୟ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ରେଳ ମନ୍ତ୍ରଣଳଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ ୧୫ତାରିଖ ୨୦୨୬ରେ ଟ୍ରେନ ନମ୍ବଂ ୨୧୮୯୬ ପାଟଣା-ଟାଟାନଗର ବନେ୍ଦ ଭାରତ ଏକ୍ସପ୍ରେସରେ ମିଳିଥିବା ଖାଦ୍ୟର ଗୁଣବତା ସମ୍ବନ୍ଧୀୟ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି ।
ଯାତ୍ରୀ ସୁରକ୍ଷା ଏବଂ ଗୁଣବତାକୁ ପ୍ରାଥମିକତା ଭାବେ ଗଣନା କରାଯାଇଥାଏ, ତେଣୁ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।
ଯଦି କେହି ଏହାକୁ ଅବହେଳା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।