୧୬୭ କୋଟିରେ ପେଟିଂ ବିକ୍ରି
ଭାରତୀୟ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ଯଶୋଦା ଏବଂ କୃଷ୍ଣ ପେଟିଂ ୧୬୭.୨୦କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ଆକର୍ଷଣୀୟ ଫଟୋ ଚିତ୍ରକୁ ଶିଳ୍ପପତି ସାଇରସ ପୁନୱାଲା କିଣିଥିଲେ ।
ଚିତ୍ରକଳାଟି ପ୍ରାୟ ୧୩୦ବର୍ଷର ପୁରୁଣା ହୋଇଥିବାବେଳେ ଏହା ୧୮୯୦ ଦଶକରେ ଚିତ୍ରିତ ହୋଇଥିଲା । ଏହା ମାତା ଯଶୋଦା ଏବଂ ଶିଶୁ କୃଷ୍ଣଙ୍କ ମଧ୍ୟରେ ପ୍ରେମକୁ ଚିତ୍ରଣ କରାଯାଇଛି ।
ରଜା ରବି ବର୍ମା ଆଧୁନିକ ଭାରତୀୟ କଳାର ଜନକ ବୋଲି କୁହାଯାଇଥାଏ ।
ଲୋକମାନେ ଏବେ କେବଳ ଆଧୁନିକ କଳା ନୁହେଁ, ବରଂ ପାରମ୍ପରିକ ଏବଂ ଐତିହାସିକ କଳାକୁ ମଧ୍ୟ ସମ ଗୁରୁତ୍ୱ ଦେଉଛନ୍ତି ।
ଯାହଦ୍ୱାରା ପୂର୍ବାପେକ୍ଷା ଏଭଳି ବିଭିନ୍ନ ପେଟିଂର ମୂଲ୍ୟ ବୃଦ୍ଧି ପାଇବା ସହ ଚାହିଦା ମଧ୍ୟ ଅଧିକ ହେଉଥିବା ପରିଲକ୍ଷିତ ହୋଇଛି ।