ଆପର ୭ ସହ-ପ୍ରଭାରୀ ନିଯୁକ୍ତ
ରାଜ୍ୟରେ ଆମ ଆଦମୀ ପାର୍ଟି (ଆପ) ସାଂଗଠନିକ କାର୍ଯ୍ୟକୁ ଅଧିକ ମଜବୁତ କରିବା ପାଇଁ ଆପ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ୭ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ।
ଅଜିତ ପାଲ, ପ୍ରଦୀପ ମିତଲ, ରବୀନ୍ଦ୍ର ଭରଦ୍ୱାଜ, ପୁନିତ ରାୟ, ପ୍ରବୀଣ କାବ୍ୟା, ଟିଙ୍କୁ ରଯୋରା, ଦିନେଶ କୁମାରଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟରେ ସାଂପ୍ରତିକ ସ୍ଥିତିକୁ ନେଇ ଆପ ମୁଖ୍ୟ ଶ୍ରୀ କେଜ୍ରିୱାଲ ଓନିଶାରେ ଆମ ଆଦମୀ ପାର୍ଟିକୁ ବିକଳ୍ପ ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି ।
ରାଜ୍ୟରେ ସଂଗଠନକୁ ଅଧିକ ସଂଗଠିତ କରିବା ପାଇଁ ୭ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହାଦ୍ୱାରା ରାଜ୍ୟରେ ସଂଗଠନ ଅଧିକ କ୍ରିୟାଶୀଳ ହେବ ବୋଲି ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି ।