ନେପାଳ ସୀମାନ୍ତରୁ ଜାହାଙ୍ଗିର ଗିରଫ
ଫଳତାର ‘ପୁଷ୍ପା’ (ଜାହାଙ୍ଗିର ଖାନ)କୁ ପୁଲିସ ଗିରଫ କରିଛି ।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଭାରତ-ନେପାଳ ସୀମାନ୍ତ ଇଲାକାରୁ ତାକୁ ପୁଲିସର ଏସଟିଏପ୍ ଗିରଫ କରିଛି ।
ସୋମବାର ତାକୁ କଲକାତା ଅଣାଯାଇଛି । ପୁଲିସର ବକ୍ତବ୍ୟ ସମ୍ଭାବତଃ ନେପାଳ ସୀମାନ୍ତ ଦେଇ ସେ ଖସିଯିବାର ଚେଷ୍ଟା କରୁଥିଲା । ତେବେ ରାଜ୍ୟ ପୁଲିସର ସ୍ପେଶାଲ ଟାକ୍ସ ଫୋର୍ସ ଗୋପନ ସୂତ୍ରରୁ ଖବର ପାଇ ଗିରଫ କରିବାରେ ସମର୍ଥ ହୋଇଛି । ଅଭିଯୋଗ ହୁଏ ଯେ ବିଧାନସଭା ଭୋଟରେ ଫଲତାର ଜାହାଙ୍ଗିର ସାଧାରଣ ଭୋଟରଙ୍କ ସମ୍ମୁଖରେ ଦାଦାଗିରି ଓ ଗୁଣ୍ଡାଗିରି ଦେଖାଇ ଭୟଭୀତ କରାଉଥିଲେ ।
ପରେ ଫଲତାରେ ପୁନନିର୍ବାଚନ ହୋଇଥିଲେ ବି ମେ ୨୦ ତାରିଖ ଅର୍ଥାତ ପୁନନିର୍ବାଚନ ଦିନ ତାର ଦେଖା ମିଳିନଥିବା ଅଂଚଳବାସୀ କହିଛନ୍ତି ।
ପୁଲିସର ବକ୍ତବ୍ୟ ସେବେଠୁ ସେ ଫଲତା ଅଂଚଳରୁ ଖସି ପଳାଇଥିଲା । ସ୍ତ୍ରୀ ଓ ସନ୍ତାନଙ୍କୁ ସାଙ୍ଗରେ ନେଇ ନେପାଳ ଖସି ପଳାଇବାର ଚେଷ୍ଟା କରୁଥିଲା ।
ଡାଇମଣ୍ଡ ହାରବର ପୁଲିସ ଓ ଏସଟିଏଫ ଗୋପନ ସୂତ୍ରରୁ ଖବର ପାଇ ଅଭିଯାନ ଚଳାଇବାଦ୍ୱାରା ନେପାଳ ସୀମାନ୍ତ ଅଂଚଳରୁ ଗିରଫ କରାଯାଇଛି ।