ବୋମାକୁ ଖାଇଦେଲା ହାତୀ
ଆଶ୍ଚର୍ଯ୍ୟ ହେଲେ ବି ସତ ।
କାରଣ ବାରହା ଶିକାର ପାଇଁ ବିଛା ଯାଇଥିବା ଏକ ମାଈ ହାତୀ ଖାଇ ଦେଇଥିବା ଜଣାପଡ଼ିଛି ।
ଜଣାପଡ଼ିଛି ଯେ ଗତ କିଛିଦିନ ଧରି ବାରହା ଉତ୍ପାତ ଲାଗି ରହିଛି ।
ସେଥିରୁ ତ୍ରାହି ପାଇଁ ଷଡ଼ଙ୍ଗୀ ରେଞ୍ଜ ଲତାଦେଈପର ଜଙ୍ଗଲରେ ଛୋଟ ଛୋଟ ଆକାରର ବୋମା ବିଛା ଯାଇଥିଲା । ଯାହାଦ୍ୱାରା ବାରହା ଶିକାର ହୋଇଥାଆନ୍ତା । କିନ୍ତୁ ଏହି ବୋମା ଜାଲରେ ବାରହା ନ ପଡ଼ି ଏକ ମାଈ ହାତୀ ପଡ଼ିଥିବା ଜଣାପଡ଼ିଛି ।
ହାତୀଟି ଖାଦ୍ୟ ଭାବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବୋମାଟିକୁ ଖାଇଦେବାଦ୍ୱାରା ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଛି ।
ଜଙ୍ଗଲ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ହେଲେ ଅଧିକ ଛଟପଟ ହେଉ ଥିବାରୁ ବନ ବିଭାଗ କର୍ମଚାରୀମାନେ ଆବଶ୍ୟକ ହେଲେ ଟ୍ରାଙ୍କୁଲାଇଜ କରାଯାଇପାରେ ବୋଲି ପ୍ରକାଶ କରିଛି ।
ସଂପ୍ରତି ହାତୀଟି ଯନ୍ତ୍ରଣାରେ ଛଟପଟ ହୋଇ ଏକ ପୋଖରୀରେ ପଶି ଗର୍ଜନ କରୁଥିବା ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ।