ବିଜେଡି ପକ୍ଷରୁ ଡ. ଆମ୍ବେଦକରଙ୍କ ଜନ୍ମଜୟନ୍ତୀ
ଡ. ବି. ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱରର ଏଜି ଛକରେ ଥିବା ତାଙ୍କ ପ୍ରତିମୂର୍ତିରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।
ଭୁବନେଶ୍ୱର ବିଜେଡି ଜିଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶଙ୍ଖ ଭବନରେ ଡ. ଆମ୍ବେଦକର ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଡ. ଆମ୍ବେଦକରଙ୍କ ଜୀବନୀ ଓ ଉତ୍ସର୍ଗ ଉପରେ ଆଲୋଚନା ହୋଇଥିଲା ।
ଏହି ଅବସରରେ ଦଳ ପକ୍ଷରୁ ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତିକୁ ଶଙ୍ଖ ଭବନରେ ଉତ୍ସାହର ସହ ପାଳନ କରାଯାଇଥିଲା । ସଭାକୁ ସମ୍ବୋଧନ କରି ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଡ. ଆମ୍ବେଦକର ହେଉଛନ୍ତି ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି, ଏକ ମହାନ ସମାଜ ସୁଧାରକ, ଆଇନଜୀବୀ ଓ ଜଣେ ରାଜନେତା । ପରେ ଅନ୍ୟମାନେ ଡ. ଆମ୍ବେଦକରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଶ୍ରୀମତୀ ସୁଲୋଚନା ଦାସ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ଅନନ୍ତ ନାରାୟଣ ଜେନା, ଦେବାଶିଷ ମାରାଣ୍ଡି, ମହେଶ ସାହୁ, ଶ୍ରୀମତୀ ସୁମିତ୍ରା ଜେନା, ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂହାର, ମନ୍ମଥ ରାଉତରାୟ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଡ. ପ୍ରିୟବ୍ରତ ମାଝି ଧନ୍ୟବାଦ ଜ୍ଞାପନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁଶାନ୍ତ ରାଉତ, ମାନସୀ ସୁନ୍ଦରାୟ, ସୋଫିଆ ଆଲାମ, ମନୋଜ ସେନାପତି, ମନୋରଞ୍ଜନ ସ୍ୱାଇଁ, ସୋନାଲି ପ୍ରିୟଦର୍ଶିନୀ, ଲଗ୍ନାଦୀପ ମିଶ୍ର, ଭରତ ଲେଙ୍କା, ଇଲା ସ୍ୱାଇଁ, ମୋନାଲିସା ଗନ୍ତାୟତ, ପ୍ରୀତିନନ୍ଦା ରାଉତରାୟ, ବନଜା ମହାନ୍ତି, ଶୁଭ୍ରାଂଶୁ ପାଢ଼ୀ, ବିକ୍ରମ ରଣଜିତ ପଟ୍ଟନାୟକ, ସଂଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।