୯ ରାଜ୍ୟରେ ବର୍ଷା ସତର୍କତା
ବିହାର, ଉତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ କେତେକ ଉତର ଭାରତୀୟ ରାଜ୍ୟରେ ଝଡ଼ ଏବଂ ବଜ୍ରପାତ ପରେ ସଂପ୍ରତି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।
ପାଣିପାଗ ବିଭାଗ ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ ସମେତ ୯ଟି ରାଜ୍ୟରେ ବର୍ଷା ଏବ ବଜ୍ରପାତ ସତର୍କତା ଜାରି କରିଛି ।
ଏହି ରାଜ୍ୟଗୁଡ଼ିକରେ ଘଂଟା ପ୍ରତି ୫୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କିଛି ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ଅଛି ।
ଭାରତୀୟ ପାଣିପାଗ ବିଭାଗ କନ୍ୟାକୁମାରୀ ଏବଂ ତିରୁନେଲଭେଲି ଜିଲା ସମେତ ଦକ୍ଷିଣ ତାମିଲନାଡ଼ୁର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ।
ଏହି ସମୟରେ ରାଜ୍ୟର ଅନେକେ ଆଭ୍ୟନ୍ତରୀଣ ଅଂଚଳରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି ।