ଭାରତ ପାଇଁ ତେହେରାନର ବଡ଼ ଘୋଷଣା
ଭାରତ ପାଇଁ ଇରାନ ପକ୍ଷରୁ ବଡ଼ ଘୋଷଣା କରାଯାଇଥିବା ଜଣାପଡ଼ିଛି ।
ହର୍ମୁଜ ପ୍ରଣାଳୀକୁ ନେଇ ଅଶାନ୍ତି ମଧ୍ୟରେ ଭାରତ ପାଇଁ ଖୁସିର ଖବର ଆସିଛି ।
ତେହେରାନ ସ୍ପଷ୍ଟ କରିଛି ଯେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଭାରତୀୟ ଜାହାଜଗୁଡ଼ିକଠାରୁ କୌଣସି ଟୋଲ ଆଦାୟ କରାଯାଉ ନାହିଁ ।
ଏହା ବ୍ୟତୀତ ଏହା ମଧ୍ୟ କହିଛି ଯେ ଭବିଷ୍ୟତରେ ଭାରତୀୟ ଜାହାଜଗୁଡ଼ିକୁ ସୁରକ୍ଷିତ ପଥ ଦିଆଯିବ । ଇରାନର ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଇରନା ବନ୍ଦର ଏବଂ ହର୍ମୁଜ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ଅବରୋଧ ଘୋଷଣା କରିଛି ।
ଯୁଦ୍ଧ ବିରତି ପରେ ମଧ୍ୟ କୁହାଯାଉଥିଲା ଯେ ଇରାନ ଏବଂ ଓମାନ ଟୋଲ ଟିକସ ଆଦାୟ କରିପାରିବେ ।