ଆଶା ଭୋସଲେ ହାସପାତାଳରେ
ବରିଷ୍ଠ ସଂଗୀତ ଶିଳ୍ପୀ ଆଶା ଭୋସଲେ ଅସୁସ୍ଥ ହୋଇପଡ଼ିବାଦ୍ୱାରା ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହାସପାତାଳରେ ଭର୍ତି କରାଯାଇଛି ।
ଜଣାପଡ଼ିଛି ଯେ କାର୍ଡିଆକ ଆରେଷ୍ଟ ହୋଇଛି । ଇମର୍ଜେନ୍ସି ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି ।
ଶନିବାର ଗଣମାଧ୍ୟମକୁ ବ୍ରିଜ କ୍ୟାଣ୍ଡି ହାସପାତାଳର ଚିକିତ୍ସକ ପ୍ରତୀତ ସାମଦାନୀ କହିଛନ୍ତି ଯେ କିମ୍ବଦନ୍ତୀ ସଂଗୀତଶିଳ୍ପୀ ଆଶା ଭୋସଲେ (୯୨ବର୍ଷ)ଙ୍କୁ କାର୍ଡିଆକ୍ ଆରେଷ୍ଟ ହେବା ଦେଖି ତାଙ୍କୁ ହାସପାତାଳରେ ଭର୍ତି କରାଯାଇଛି ।
ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଆଶା ଭୋସଲେଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ କିଛି କୁହାଯାଇ ନଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଭାରତୀୟ ସଂଗୀତ ଜଗତର ଅନ୍ୟତମ କିମ୍ବଦନ୍ତୀ ଭାବେ ଆଶା ଭୋସଲେଙ୍କ ଖ୍ୟାତି ରହିଛି । ସଂଗୀତ ଜଗତରେ ସାତ ଦଶକରୁ ଅଧିକ ସମୟ ସେ ବିଚରଣ କରିଛନ୍ତି ।
ବିଭିନ୍ନ ପ୍ରକାର ସଂଗୀତ ଗାଇବାରେ ସେ ସିଦ୍ଦହସ୍ତ । ରାହୁଳ ଦେବ ବର୍ମନଙ୍କଠୁ ଆରମ୍ଭ କରି ଓପି ନାୟାର ଆଦି ବିଭିନ୍ନ କିମ୍ବଦନ୍ତୀଙ୍କ ସ୍ୱରରେ ତାଙ୍କ ସଂଗୀତ ଏବେବି ଅନେକଙ୍କୁ ମୁଗ୍ଧ କରିଥାଏ ।