ଆରପାରିରେ ଆଶା ଭୋସଲେ
ଚୁରାଲିଆ ହୈ ଯୋ ତୁମନେ ଦିଲ୍କୋ.. ଆଜି ନୀରବ
୨୦୦୦ ପାଇଥିଲେ ଦାଦା ସାହେବ ଫାଲକେ ପୁରସ୍କାର
କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି । ମହାରାଷ୍ଟ୍ରର ସାଙ୍ଗଲିଠାରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେଙ୍କ ଆଜି ବି୍ରଚ କ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ପରଲୋକ ହୋଇଛି । ସେ ତାଙ୍କର ସୁଲଳିତ କଣ୍ଠସ୍ୱରରେ ସଂଗୀତ ଗାଇ ଦୀର୍ଘ ୮ ଦଶନ୍ଧିରୁ ଅଧିକ କାଳ ବା ୮୫ ବର୍ଷର କ୍ୟାରିୟରରେ ବଲିଉଡ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତୀୟ ଲୋକକଳାରେ ଦର୍ଶଙ୍କ ହୃଦୟରେ ରାଜ କରି ଆସିଥିଲେ ।
ତାଙ୍କର ଜୀବନବ୍ୟାପୀ ସଂଗୀତ ସାଧନା ପାଇଁ ଆଶା ତାଈଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍କେ, ପଦ୍ମ ବିଭୂଷଣ ସମ୍ମାନରେ ସରକାର ସମ୍ମାନୀତ କରିସାରିଛନ୍ତି । ସେ ୨୦୦୦ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିଲେ ।
ପ୍ରାୟ ୧୫ରୁ ଅଧିକ ଭାଷାରେ ସେ ଗୀତ ଗାଇ ରେକର୍ଡ ସୃଷ୍ଟି କରିପାରିଥିଲେ । ସେ ତାଙ୍କର ସୁଲଳିତ କଣ୍ଠରେ ପ୍ରାୟ ୧୨ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି । ଏଥିସହ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ସମେତ ଅନେକ ଭଜନ ମଧ୍ୟ ଗାଇଛନ୍ତି ।
ତାଙ୍କ ପରଲୋକରେ ସଂଗୀତ ଦୁନିଆଁରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବଲିଉଡର ବହୁ ପ୍ରଖ୍ୟାତ ନିର୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ, ସଂଗୀତଜ୍ଞ, କଣ୍ଠଶିଳ୍ପୀମାନେ ଶୋକ ବ୍ୟକ୍ତ କରିଛନ୍ତି ।
ଆସନ୍ତା କାଲି ସୋମବାର ଅପରାହ୍ଣ ୪ଟାରେ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।