ନାକତଲା ପାର୍ଥଙ୍କ ଘରେ ଇଡି ଚଢ଼ଉ
ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚଟ୍ଟୋପାଧ୍ୟାୟଙ୍କ ନାକତଲାସ୍ଥିତ ବାସଭବନରେ ଇଡି ପକ୍ଷରୁ ଚଢ଼ଉ କରାଯାଇଛି ।
ଶନିବାର ସକାଳେ ଏନ୍ଫୋର୍ସମେଂଟ ଡାଇରେକ୍ଟରେର ଏକ ବିଶେଷ ଦଳ ନାକତଳାସ୍ଥିତ ପାର୍ଥ ଚାଟ୍ଟାର୍ଜୀଙ୍କ ବାସଭବନରେ ପହଂଚିଥିଲେ ।
ସେମାନଙ୍କ ସହ କେନ୍ଦ୍ରୀୟ ବାହିନୀ ମଧ୍ୟ ମହଜୁଦ ଥିଲା । ନିଯୁକ୍ତି ସଂକ୍ରାନ୍ତ ଦୁର୍ନୀତି ମାମଲାର ପଚରାଉଚରା ସକାଶେ ଇଡିର ବିଶେଷ ଦଳ ଚଢ଼ଉ କରିଥିଲା ବୋଲି ଜଣାପଡ଼ିଛି ।
ଜଣାପଡ଼ିଛି ଯେ କେବଳ ନାକତଲାସ୍ଥିତ ପାର୍ଥଙ୍କ ବାସଭବନ ସହ ନିଉଟାଉନରେ ପ୍ରସନ୍ନ ରାୟଙ୍କ ଦପ୍ତରରେ ମଧ୍ୟ ଇଡିର ବିଶେଷ ଦଳ ଚଢ଼ଉ କରିଥିଲା । କାରଣ ଦୁର୍ନୀତି ମାମଲାରେ ପ୍ରସନ୍ନ ରାୟଙ୍କ ନାମ ଉଠି ଆସିଥିଲା । ଗତ ଅଗଷ୍ଟରେ ପୁରୁଲିୟାରେ ପ୍ରସନ୍ନ ରାୟଙ୍କ ଏକ ଆତ୍ମୀୟଙ୍କ ଘରେ ଇଡି ଅଧିକାରୀମାନେ ତଲାସି ଚଳାଇଥିଲେ ।
ଅନ୍ୟପକ୍ଷରେ ଜେଲମୁକ୍ତିର ପରେ ଗତ ବର୍ଷ ନଭେମ୍ବର ୧୧ତାରିଖରେ ପାର୍ଥ ଚାଟ୍ଟାର୍ଜୀ ଘରକୁ ଫେରିଥିଲେ । ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ପ୍ରାୟ ତିନିବର୍ଷ ଜେଲ ହେପାଜତରେ ପାର୍ଥ ଚାଟ୍ଟାର୍ଜୀଙ୍କୁ ରହିବାକୁ ହୋଇଥିଲା । ୨୦୨୧ ମସିହା ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା ।
ସୂଚନା ଯୋଗ୍ୟ ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କୁ ଇଡି ପଚରାଉଚରା ପାଇଁ ଡକାଇ ପଠାଇଥିଲେ, କିନ୍ତୁ ଏକାଧିକବାର ହାଜିରା ଏଡାଇବା କାରଣରୁ ତାଙ୍କ ଘରକୁ ଇଡି ଅଧିକାରୀମାନେ ଆସିଥିବା ଜଣାପଡ଼ିଛି ।