ମୁମ୍ବାଇରେ ‘ଆଇଏସଆଇଏସ’ ଶୈଳୀରେ ଆକ୍ରମଣ
ମଙ୍ଗଳବାର ମୁମ୍ବାଇର ମୀରା ରୋଡ ଅଂଚଳରେ ଜଣେ ୩୧ବର୍ଷୀୟ ଯୁବକ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ‘କଲମା’ ପଢ଼ିବାକୁ ବାଧ୍ୟ କରିବା ସହ ନିର୍ମମ ଭାବେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି ।
ଅଭିଯୁକ୍ତ ଜୈବ ଜୁବେର ଅନସାରୀକୁ ପୁଲିସ ଗିରଫ କରିଥିବାବେଳେ ମହାରାଷଟ୍ର ଆଂଟି ଟେରରିଜିମ ସ୍କ୍ୱାର୍ଡ ଏହାକୁ ଏକ ଲୋନ ଉଲ୍ଡ ଆତଙ୍କବୀଦ ଆକ୍ରମଣ ବୋଲି ସନେ୍ଦହ କରୁଛି । ଗୁରୁତର ସୁରକ୍ଷାକର୍ମୀ ରାଜକୁମାର ମିଶ୍ର, ସୁବ୍ରତ ସେନ ବର୍ତମାନ ଚିକିତ୍ସାଧୀନ ଥିବାବୋଳ ରାଜକୁମାରଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି ।
ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଅନସାରୀ ଜଣେ ବିଜ୍ଞାନ ସ୍ମାତକ ଏବଂ ପୂର୍ବରୁ ଆମେରିକାରେ ରହୁଥିଲେ । ତାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ଆଇଏସଆଇଏସ, ଜିହାଦ ଓ ଗାଜା ଭଳି ଶବ୍ଦ ଉଲ୍ଲେଖ ରହିବା ସହ ଏହି ଆକ୍ରମଣକୁ ସେ ଆତଙ୍କବାଦୀ ସଂଗଠନରେ ସାମିଲ ହେବାର ପ୍ରଥମ ପଦକ୍ଷେପ ବୋଲି କହିଛନ୍ତି ।
୨୦୧୯ ମସିହାରେ ଭାରତ ଫେରିବା ପରେ ସେ ଅନଲାଇନ କୋଚିଂ ଦେଉଥିଲେ ଏବଂ ଇଂଟରନେଟ ମାଧ୍ୟମରେ କ୍ରମଶଃ କଟ୍ଟରପନ୍ଥୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି । ବର୍ତମାନ ଅଦାଲତ ଅଭିଯୁକ୍ତକୁ ମେ ୪ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଥିବାବେଳେ ତାଙ୍କର ଡିଜିଟାଲ ଡିଭାଇସଗୁଡ଼ିକର ଯାଂଚ ଜାରି ରହିଛି୧ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପୁଲିସ ଓ ଏଟିଏସ ବର୍ତମାନ ଏହି ଦିଗରେ ଯାଂଚ କରୁଛନ୍ତି ଯେ ଅନସାରୀଙ୍କ ସହ କୌଣସି ଆନ୍ତର୍ଜାତୀୟ ଆତଙ୍କବାଦୀ ହ୍ୟାଣ୍ଡଲର ସିଧାସଳଖ ସମ୍ପର୍କରେ ଥିଲେ କି ନାହିଁ ।
ସାଇବର ବିଶେଷଜ୍ଞମାନେ ତାଙ୍କର ସୋସିଆଲ୍ ମିଡ଼ିଆ ଗତିବିଧି ଏବଂ ଡାର୍କ ୱେବ ବ୍ୟବହାରର ଖୋଳତାଡ଼ କରୁଛନ୍ତି ।
ପ୍ରଶାସନ ପକ୍ଷରୁ ଶାନ୍ତି ରକ୍ଷା ପାଇଁ ନିବେଦନ କରାଯାଇଥିବାବେଳେ ଏହି ଲୋନ ଉଲ୍ଫ ମଡେଲର ଆକ୍ରମଣ ସୁରକ୍ଷା ସଂସ୍ଥାଗୁଡ଼ିକ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।