ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ହେବ କେନ୍ଦୁଝର : ମୁଖ୍ୟମନ୍ତ୍ରୀ
କେନ୍ୁଦଝର ଜିଲାକୁ ଏକ ସମୃଦ୍ଦ ଶିଳ୍ପ ହବରେ ପରିଣତ କରିବା ଲକ୍ଷ୍ୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲିଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ଼ ସବଷ୍ଟେସନରୁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦନପୁର ଭାବେ ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ଉଚ୍ଚବାଲି, କେନ୍ଦୁଝର ପାଇଁ ସବ ଷ୍ଟେସନ ସମେତ ୫ଟି ନୂଆ ଟ୍ରାନ୍ସମିଶନ ଲାଇନ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଂଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ ।
ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା । ଏଣୁ ଖଣି ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ପ୍ରତିଜ୍ଞାବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିକାଶ ମଡେଲକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ଆଜି ସୌର, ପବନ ଓ ପରମାଣ ଶକ୍ତିରେ ଆତ୍ମନିର୍ଭର ହେଉଛି ।
ଆମ ଡବଲ ଇଞ୍ଜିନ ସରକାର ସେହି ବିକାଶର ଧାରାକୁ ଓଡ଼ିଶାର ପ୍ରତିଟି ଗାଁ ଏବଂ ପ୍ରତିଟି ପରିବାର ପାଖରେ ପହଂଚାଇବାକୁ ସଂକଳ୍ପବଦ୍ଧ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ, କେନ୍ଦୁଓର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡକ୍ଗଟର ଫକିର ମୋହନ ନାଏ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଭାସ୍କର ଜ୍ୟୋତି ଶର୍ମା, ଜିଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।