୭୮ବର୍ଷରେ ଭୁବନେଶ୍ୱର
ସୋମବାର ରାଜଧାନୀ ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସ ।
ଏହି ଦିବସ ଉପଲକ୍ଷେ ଗତ କିଛିଦିନ ଠାରୁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାହାଦ୍ୱାରା ଆଜି ରଙ୍ଗୀନ ଆଲୋକରେ ସମଗ୍ର ରାଜଧାନୀ ଝଲସି ଉଠିଥିବା ପରିଲକ୍ଷିତ ହୋଇଛି ।
ଏହି ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠା, ଲୋକସେବା ଭବନଠୁ ଆରମ୍ଭ କରି ପ୍ରାୟ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଉଜ୍ଜ୍ୱଳ ଆଲୋକମାଳାରେ ରଙ୍ଗୀନ ହୋଇ ଉଠିଛି । ବିଭିନ୍ନ ସଂସ୍ଥାରେ ଏହି ଉପଲକ୍ଷେ ବିିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି ।
୧୯୪୮ ମସିହାରୁ ଏପ୍ରିଲ ୧୩ତାରିଖ ହେଉଛି ରାଜଧାନୀ ଭୁୂବନେଶ୍ୱରର ପ୍ରତିଷ୍ଠା ଦିବସ । ଏହି ନଗର ପାଖାପାଖି ୨ହଜାର ବର୍ଷର ପୁରୁଣା ହୋଇଥିବାବେଳେ ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜମାନୀର ସ୍ଥପତି ଓ ପ୍ଲାନର ଅଟୋକଏନ୍ସ ବର୍ଗର ।
୧୯୪୮ ମସିହା ଏପ୍ରିଲ ୧୩ତାରିଖରେ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତକ୍ରାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା ।
ଏହି ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଚଳିତବର୍ଷ ୧୩ ଓ ୧୪ତାରିଖ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ଜଣାପଡ଼ିଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମସି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି ।