ବିଜେନ୍ଦ୍ର ଯାଦବ ଓ ବିଜୟ ଚୌଧୁରୀ ବିହାର ଉପମୁଖ୍ୟମନ୍ତ୍ରୀ
ଜନତା ଦଳ ୟୁନାଇଟେଡ ନେତା ତଥା ବିହାର ଅର୍ଥମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ଓ ଦଳୀୟ ନେତା ବିଜୟ କୁମାର ଚୌଧୁରୀ ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ସମ୍ରାଟ ଚୌଧୁରୀ ବୁଧବାର ଲୋକ ଭବନରେ ଶପଥ ନେବା ପରେ ଜେଡିୟୁରୁ ଦୁଇଜଣ ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ସମ୍ରାଟଙ୍କ ଶପଥ ଗ୍ରହଣ ପରେ ଦୁଇ ସହଯୋଗୀ ଦଳ ଭିତରେ ବିବାଦ ଦେଖା ଦେଇଥିବା ଚର୍ଚା ହେଉଛି ।
ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ ଏଥର ମଧ୍ୟ ଏଡିଏ ସରକାର ଅଛି, ତେଣୁ ଚିନ୍ତା କରିବାର କିଛି ନାହିଁ । ଶପଥ ଗ୍ରହଣ ଉତ୍ସବ ପରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତା କରି ବିଜୟ କୁମାର ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ କୃତଜ୍ଞତା ଜଣାଇଥିଲେ ।
ନୀତିଶ କୁମାରଙ୍କ ଦ୍ୱାରା ପ୍ରଚଳିତ ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇବୁ ବୋଲି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବରିଷ୍ଠ ଜେଡିୟୁ ନେତା ନୀତିଶ କୁମାର ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ।