ପଂଚାୟତରେ ବିଜେଡି-କଂଗ୍ରେସ ମେଂଟ !
ଭକ୍ତ ଓ ଦେବୀଙ୍କ ବୟାନକୁ ନେଇ ଚର୍ଚ୍ଚା
ପଂଚାୟତରେ ମିଶିକି ଲଢ଼ିବେ ଓଡ଼ିଶାର ଦୁଇ ପାରମ୍ପରିକ ବିରୋଧୀ ଓ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେଡି-କଂଗ୍ରେସ । ଆଜ୍ଞା କଥାଟା ଟିକେ ଅଡ଼ୁଆ ଶୁଭୁଥିବ; କିନ୍ତୁ ଏହା ଏବେ ସତ ହେବାକୁ ଯାଉଛି ।
ଶାସକ ବିଜେପି ଦଳକୁ ମାତ ଦେବା ପାଇଁ ଦଶନ୍ଧି ଦଶନ୍ଧି ଧରି ରାଜନୈତିକ ବିରୋଧାଭାସକୁ ପଛକୁ ପକାଇ ହାତ ମିଳାଇବାକୁ ରାଜି ହୋଇଛନ୍ତି ବିଜେଡି ଓ କଂଗ୍ରେସ ।
ଜିଲ୍ଲା ପରିଷଦ ସିଟ୍ ପାଇଁ ହୋଇପାରେ ବୁଝାମଣା ବୋଲି ଭିତିରିଆ ଖବର ମିଳିଛି । ଯଦି ଏହା ସତ ହୁଏ ତା’ହେଲେ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ନେଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।
ବିଶେଷ କରି ଏନେଇ ଭକ୍ତ ଓ ଦେବୀଙ୍କ ବୟାନ ପରେ ଚର୍ଚ୍ଚା ଜୋର ଧରିଛି ।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ହାଇକମାଣ୍ଡ ଚାହିଁଲେ ମେଂଟ ହୋଇପାରେ । ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ ନବୀନ ଚାହିଁଲେ ଏକାଠି ଲଢ଼ିପାରୁ ।
ସେହିପରି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ସମ୍ଭାବନା ସବୁ କ୍ଷେତ୍ରରେ ରହିଛି । ତକ୍ରାଳୀନ ପରିସ୍ଥିତିକୁ ଦେଖି ରାଜ୍ୟ ସ୍ୱାର୍ଥ ଅନୁଯାୟୀ ନିଷ୍ପତି ନେବେ ସଭାପତି ନବୀନ ।