ପୁଲିସ ହାତରେ ‘ସ୍କାମ ସେଂଟର’
ଆଇଗଣିଆରେ ଥିବା ଦି ଟେକ୍ନୋ ସ୍କୁଲରେ ସିବିଆଇ ରେଡ
ରାଜ୍ୟରେ ନୂତନ ଭାବେ କ୍ଷମତାକୁ ଆସିଥିବ ବିଜେପି ସରକାର ଅମଳରେ ସବଇନ୍ସିପେକ୍ଟର ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ନେଇ ରାଜ୍ୟ ତମାମ ଚର୍ଚ୍ଚା ଚାଲିଛି । ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ମଧ୍ୟ ଚାଲିଛି । ସୋମବାର ଏହି ଘଟଣାର ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି ।
ଟେକ୍ନୋ ସ୍କୁଲ କ୍ୟାମ୍ପସରେ ସିବିଆଇ ଅଧିକାରୀମାନେ ରେଡ କରିଛନ୍ତି ।
ରାଜଧାନୀ ଭୁବନେଶ୍ୱରର ଆଇଗଣିଆରେ ଥିବା ଦି ଟେକ୍ନୋ ସ୍କୁଲ କ୍ୟାମ୍ପସରେ ସିବିଆଇ ଅଧିକାରୀମାନେ ପହଂଚି ଖୋଳତାଡ଼ କରିଛନ୍ତି ।
ଏଠାରେ କିଛି ନିର୍ଦିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା ।
ପ୍ରାୟ ୧୫ ଲକ୍ଷ ଟଂକା ଦେଇ ପୁଲିସ ଏସଆଇ ଚାକିରି ନିମନ୍ତେ ହୋଇଥିଲା ଡିଲ । ପରୀକ୍ଷା କେନ୍ଦ୍ର ପାଇଁ ଟେକ୍ନୋ ସ୍କୁଲ କ୍ୟାମ୍ପସରେ ଫିକ୍ସିଂ ହୋଇଥିଲା ।
ଆଜି ସିବିଆଇର ୨୦ ଜଣିଆ ଟିମ୍ ଟେକ୍ନୋ ସେଂଟରରେ ଚଢ଼ଉ କରିଥିଲେ ।
ଏହି ପରୀକ୍ଷା ସେଂଟରକୁ ଚଳାଉଥିବା ଗୋବିନ୍ଦ ତି୍ରପାଠୀ ଫେରାର ହୋଇଥିବା ଜଣାପଡ଼ିଛି ।