ଏଥର କମ ବର୍ଷା : ଆଇଏମଡି
ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ ବର୍ଷା ଆକଳନ କରିଛି ଇଣ୍ଡିଆନ ମେଟାଲୋଜି ଡିପାର୍ଟମେଂଟ (ଆଇଏମଡି) । ବିଶେଷ କରି ଜୁନରୁ ସେପ୍ଟେମ୍ବର ମୌସୁମୀରେ କମ ବର୍ଷା ଆଳକନ କରିଛି ଆଇଏମଡି ।
୯୨ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ସେହିପରି ମୌସୁମୀ ବର୍ଷା ମଧ୍ୟ କମ ହୋଇପାରେ ।
ବିଶେଷ କରି ଏଲନିନୋ ପ୍ରଭାବରେ ଚଳିତ ବର୍ଷ ଦେଶରେ ପୂର୍ବ ବର୍ଷ ଅପେକ୍ଷା କମ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।